ସମ୍ବଲପୁର ଜିଲ୍ଲାରେ ପଲ୍ସ ପୋଲିଓ ବୁନ୍ଦା କାର୍ଯ୍ୟକ୍ରମ ଆରମ୍ଭ

ସମ୍ବଲପୁର:ସମ୍ବଲପୁର ଜିଲ୍ଲାରେ ଆଜି ପଲ୍ସ ପୋଲିଓ ଟିକାକରଣ ଆରମ୍ଭ ହୋଇଛି। ଏହାର ଉଦ୍ଦେଶ୍ୟ ୫ ବର୍ଷ ପର୍ଯ୍ୟନ୍ତ ଥିବା ପ୍ରତ୍ୟେକ ଶିଶୁଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦେଇ ସେମାନଙ୍କୁ ସୁରକ୍ଷିତ କରିବା।
ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଉଦ୍ଘାଟନୀ କାର୍ଯ୍ୟକ୍ରମଟି ଡା. ସୁଧାଂଶୁ ଶେଖର ପଣ୍ଡାଙ୍କ ଦ୍ୱାରା ଆରମ୍ଭ ହୋଇଛି। ଏହି ସମାରୋହରେ ଡା. ପ୍ରମୋଦ ବିଶ୍ୱାଳ, ଡା. ଅବନୀନ୍ଦ୍ର ସାହୁ (ସରଭିଲାନ୍ସ ମେଡିକାଲ ଅଫିସର, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠକ), ମୃତ୍ୟୁଞ୍ଜୟ ମୁଣ୍ଡ (ଡିପିଏମ), ଭବାନୀ ଶଙ୍କର ସାହୁ ଓ ଓ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଞ୍ଜୁକ୍ତା କୁଲ୍ଲୁ ଉପସ୍ଥିତ ଥିଲେ।
ଜିଲ୍ଲାରେ ମୋଟ ୮୮୨ଟି ପଲ୍ସ ପୋଲିଓ ବୁଥ୍ ସ୍ଥାପିତ କରାଯାଇଛି।୪୧ ଟି ଟ୍ରାନଜିଟ ଟିମ୍, ୨୧ ମୋବାଇଲ୍ ଟିମ୍, ୯୧ ସୁପରଭାଇଜର, ସହିତ ମୋଟ ୧୯୭୯ କର୍ମଚାରୀ ଏହି ଅଭିଯାନରେ ଅଂଶଗ୍ରହଣ କରିଛନ୍ତି।
ସୂଚନା ଅନଯାୟୀ ଯେଉଁ ଶିଶୁମାନେ ଆଜି ପୋଲିଓ ବୁନ୍ଦା ନେଇ ନାହାନ୍ତି, ସେମାନଙ୍କୁ ୧୩ ଓ ୧୪ ଅକ୍ଟୋବର ୨୦୨୫ ରେ ଘରେ ଘରେ ଯାଇ ଚିକିତ୍ସା ଦଳ ଦ୍ୱାରା ପୋଲିଓ ବୁନ୍ଦା ଦିଆଯିବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।