Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କବି ଲୋକନାଥ ନାଗଙ୍କ ସମ୍ବଲପୁରୀ କବିତା ସଂକଳନ ଇ ଖେପି ଉନ୍ମୋଚିତ,କଲମ ପକ୍ଷରୁ ସାହିତ୍ୟ ଆସର

ହୃଦୟର ଅନୁଭବ ଓ ଯନ୍ତ୍ରଣା ରୁ ସୃଷ୍ଟି ହୁଏ କବିତା : ମୁକ୍ତକଣ୍ଠ ପ୍ରଧାନ

ସମ୍ବଲପୁର:ମଣିଷର ଅନୁଭବ ଓ ଯନ୍ତ୍ରଣା ରୁ ସୃଷ୍ଟି ହୋଇଥାଏ କବିତା l ସମାଜ ର ଚଳଣି ଭିତରେ ଲୁଚିରହିଥାଏ ଅନେକ ଅକୁହା କଥା l ସ୍ରଷ୍ଟା ତାର କଲମ ଗାରରେ ସୃଷ୍ଟି କରିଯାଏ ଅନେକ ଅକୁହା କାହାଣୀ l
କଲମ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆୟୋଜିତ ସାହିତ୍ୟ ସଭାରେ ଉନ୍ମୋଚିତ ହୋଇଛି କବି ଲୋକନାଥ ନାଗ ଙ୍କର ଏମିତି କିଛି କବିତା କୁ ନେଇ ସଂକଳିତ କବିତା ପୁସ୍ତକ “ଇ’ ଖେପି ” l
ଆଜିର ଏହି ସାହିତ୍ୟ ଆସରରେ ମୁଖ୍ୟ ଅତିଥି ଭାବରେ ଜ୍ୟୋତି ବିହାର, ବୁର୍ଲା ଓଡ଼ିଆ ବିଭାଗ ର ସହକାରୀ ପ୍ରଫେସର ଡ଼. ଶୁକମୁନି ମେହେର, ସମ୍ମାନିତ ଅତିଥି ଭାବରେ ସାହିତ୍ତିକ ମୁକ୍ତକଣ୍ଠ ପ୍ରଧାନ ଓ ମୁଖ୍ୟ ବକ୍ତା ଭାବରେ କଳାପାଣି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ମୋହନ ସେଠ ପ୍ରମୁଖ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସମ୍ପାଦକ କ୍ଷେତ୍ରମଣୀ ବିଭାର l ଏହି ଅବସରରେ ସ୍ୱାଗତ ବକ୍ତବ୍ୟ ଓ ଅତିଥି ପରିଚୟ କରିଥିଲେ କଲମ ର ସଭାପତି ତଫିଜୁଲ ହୁସେନ ଦେଇଥିବା ବେଳେ ସମୀକ୍ଷକ ଭାବେ ଡ଼. ସୁଧାଂଶୁ ଷଣ୍ଢ ଲୋକନାଥ ନାଗ ଙ୍କର କବିତା ସଂକଳନ ” ଇ’ ଖେପି ” ର ସମୀକ୍ଷା କରିଥିଲେ l
ପୁସ୍ତକ ର ସ୍ରଷ୍ଟା କବି ଲୋକନାଥ ନାଗ କହିଥିଲେ ଯେ ସାମାଜିକ ବ୍ୟବସ୍ଥା ରେ ଜାତିପ୍ରଥା ଦ୍ୱାରା ମଣିଷ ଭିତରେ ଘଟିଯାଉଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ l ବାଲ୍ୟକାଳରୁ ବିଭିନ୍ନ ସ୍ତରରେ ସାମ୍ନା କରିଆସିଥିବା ଘଟଣା ହିଁ ଏହି କବିତା ଲେଖିବାର ପ୍ରେରଣା ଦେଇଛି l
ମୁଖ୍ୟ ଅତିଥି ଡ଼. ମେହେର କହିଲେ ଯେ, ନିର୍ଦ୍ବନ୍ଦ ରେ ସମସ୍ୟା କୁ ସାମ୍ନା ଆଣିବାର ପ୍ରୟାସ ଜାରିବା ହିଁ ସାହିତ୍ୟ ସ୍ରଷ୍ଟା ର କାର୍ଯ୍ୟ, ଯାହାକି ଲୋକନାଥ କରି ପାରିଛନ୍ତି l
ମୁଖ୍ୟବକ୍ତା ଡ଼. ମୋହନ ସାହୁ ଜୀବନର ଦ୍ୱନ୍ଦ ହିଁ ମଣିଷ କୁ କଲମ ଚଳେଇବାକୁ ବାଧ୍ୟ କରେ l ସମ୍ମାନିତ ଅତିଥି ଶ୍ରୀ ପ୍ରଧାନ କହିଲେ ସମସ୍ୟା ଜାତିବାଦ ନୁହେଁ, ସମସ୍ୟା ସବୁଠି ରହିଛି l ସବୁକିଛି କୁ ସାମ୍ନା କରି ଆଗକୁ ବଢିବା ହିଁ ଜୀବନ l
ଶେଷରେ ଅନୁଷ୍ଠିତ ହୋଇଥିବା ବହୁଭାଷୀ କବିତା ଉତ୍ସବ ରେ ଅଳକା ମହାପାତ୍ର, ସବିତା ମିଶ୍ର, ତରଣୀ ସେନ ମେହେର, ପ୍ରଦୀପ ରଞ୍ଜନ ପାଣିଗ୍ରାହୀ, ସୂର୍ଯ୍ୟ ପାଣିଗ୍ରାହୀ, ସୁଷମା ପ୍ରଧାନ, ପିଣ୍ଟୁ ରଣବିଡା, ବିଭୁତି ଭୂଷଣ ମିଶ୍ର, ପ୍ରଭାଞ୍ଜନ ପୁରୋହିତ, ପ୍ରମୋଦ କୁମାର ମିଶ୍ର, ତଫିଜୁଲ ହୁସେନ, କ୍ଷେତ୍ରମଣୀ ବିଭାର, ପ୍ରଦୀପ ରଞ୍ଜନ ପାଣିଗ୍ରାହୀ, ଆଲୋକ କୁମାର ଦାସ,ବୃନ୍ଦାବନ ପ୍ରଧାନ, ସୁମିତ୍ରା ବାଗ ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ