Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୋଭନୀୟ ଆନ୍ଦୋଳନର ସାଧିକା ଓ ରେବାଦେବୀ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ଯକ୍ଷା ଡ. ବନଲତା ଦେବୀଙ୍କ ପରଲୋକ

ସମ୍ବଲପୁର: ଶୋଭନୀୟ ଆନ୍ଦୋଳନର ସାଧିକା ଓ ରେବାଦେବୀ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ଯକ୍ଷା ଡ. ବନଲତା ଦେବୀ ( ୬୪) ଙ୍କ ପରଲୋକ ହୋଇଯାଇଛି ।

କଟକ ମହାନଗର ନିଗମ ମେୟର ସୁବାସ ସିଂ, ପରିବେଶବିତ୍ ଡ.ଆଶୁତୋଷ ଦେବତା, ବିଜେଡି ଜିଲା ସଭାପତି ପ୍ରଫୁଲ୍ଲ ସିଂ,ଡ. ସୁବୋଧ କୁମାର ରାଉତରାୟ, କର୍ପୋରେଟର ପୁଷ୍ପିତା ମହାନ୍ତି, ସମାଜସେବୀ ଶୈଳ ବେହେରା, କଟକ ଡିସିପିଓ ପ୍ରଗତି ମହାନ୍ତି, ଶିଳ୍ପୀ ଅଶୋକ, ସମାଜସେବୀ ନିରାକାର ବେଉରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିଡ଼ାନାସୀସ୍ଥିତ ଶୋଭନୀୟ ଆନ୍ଦୋଳନ କାର୍ଯ୍ୟାଳୟ ପରିସରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଦୀର୍ଘ ୪୦ ବର୍ଷ ଧରି ବନଲତା ଦେବୀ ଶୋଭନୀୟ ଆନ୍ଦୋଳନ ଜରିଆରେ ସମାଜ ସେବା କାର୍ଯ୍ୟ କରି ଆସୁଥିଲେ। ତାଙ୍କ ବିୟୋଗରେ ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନର ଏକ ଅପୂରଣୀୟ କ୍ଷତି ହେଲା ବୋଲି କହି ଆନ୍ଦୋଳନର ନିର୍ଦେଶିକା ସମ୍ପାଦିକା ଡ଼ଃ. ଅରୁନ୍ଧତୀ ଦେବୀ ଗଭୀର ଶୋକ ପ୍ରକାଶ କରିଛନ୍ତି।ସେହିପରି ସମ୍ବଲପୁର ଶୋଭନୀୟ ସ୍କୁଲର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଶତପଥୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ