ସମଲେଶ୍ୱରୀ ମନ୍ଦିରରେ ଭଜନ ସନ୍ଧ୍ୟା: ଭକ୍ତିରେ ଭାସିଲେ ଭକ୍ତ

ସମ୍ବଲପୁର:ମା ସମଲେଶ୍ୱରୀଙ୍କ ମହିମା ଓ ଭକ୍ତି ସଙ୍ଗୀତର ସ୍ୱରରେ ରବିବାର ସନ୍ଧ୍ୟା ହୋଇଥିଲା ଆଚ୍ଛନ୍ନ। ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣ ଭକ୍ତିମୟ ପରିବେଶରେ ଭରିଯାଇ ଭକ୍ତ ଭାସିଥିଲେ ଆନନ୍ଦରେ। ସହସ୍ରାଧିକ ଭକ୍ତମାନେ ମା’ଙ୍କ ମହିମାଗାନରେ ଲୀନ ହୋଇ ସଙ୍ଗୀତ ଓ ଭଜନର ଲୟରେ ଦେବୀ ଉପାସନାର ମହିମାକୁ ଅନୁଭବ କରିଥିଲେ।
ଏହି ଭଜନ ସନ୍ଧ୍ୟାର ଆୟୋଜନ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ମାସର ଦ୍ଵିତୀୟ ଓ ଚତୁର୍ଥ ରବିବାର କରାଯାଇଥାଏ। ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ଟ୍ରଷ୍ଟ ବୋର୍ଡ ସଦସ୍ୟ ପ୍ରଫୁଲ୍ଲ କୁମାର ହୋତା, ହେମନ୍ତ ମିଶ୍ର, ଦେବ କୁମାର ଆଜମେରିଆ ଓ ଅନନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
ଭଜନ ସନ୍ଧ୍ୟାରେ ବିଶ୍ୱେଷ ପଣ୍ଡାଙ୍କ “ଝିପଝିପି ବରଷା ରେ ଯା ନା ଲୋ ମନ୍ଦିର”, ପ୍ରଣତି ମିଶ୍ରଙ୍କ “ସିଂହ ବାହିନୀ ଶକ୍ତି ପ୍ରଦାୟିନୀ ମାଁ”, ଶ୍ରୀକାନ୍ତ ବାରିକଙ୍କ “ମା ତୁମେ ଜଗତର ସାହା ଭରଷା” ଓ ରୀତା ମିଶ୍ରଙ୍କ “ମାଁ ଲୋ ମହିମାମୟୀ ଆଶିଷଦାୟିନୀ” ଆଦି ଭଜନ ଶ୍ରୋତାମାନଙ୍କ ମନକୁ ଭକ୍ତିଭାବର ଏକ ନୁଆଁ ନିଦର୍ଶନ ଦେଇଥିଲା।ସୁମଧୁର କଣ୍ଠରେ ରାଜକୁମାର ଜାଲ, ବିଶ୍ୱେଷ ପଣ୍ଡା, ଚେତନାମୟୀ ବେହେରା, ପ୍ରିତିନନ୍ଦା ମିଶ୍ର, ପ୍ରଣତି ମିଶ୍ର, ରୀତା ମିଶ୍ର, ସ୍ବାଗତ ମହାପାତ୍ର, ସୁଧାଂଶୁ ଜାଲ ଓ ଇଶ୍ୱରୀ ବେହେରା ଭକ୍ତିମୟ ଗୀତ ପରିବେଷଣ କରିଥିଲେ।ସଙ୍ଗୀତ ଓ ବାଦ୍ୟ ଯନ୍ତ୍ରରେ ନୀତିଶ ଗୁରୁ, ଗୌରବ ମହାନନ୍ଦ, କେଶବ ତାନ୍ତି, କାହ୍ନା ହରିପାଲ, ନକୁଳ ମହାନନ୍ଦ, ଦେବାଶିଷ ପାଢ଼ୀ, ଭାଗିରଥୀ ସିଂଦେଓ, ସୁରେନ୍ଦ୍ର ବାଗ, ଓ ଚନ୍ଦନ ବାଦ୍ୟ ଓ ଶବ୍ଦ ସଂଯୋଜନାରେ ବିଶେଷ ଭୂମିକା ନିର୍ବାହ କରିଥିଲେ। ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ତ୍ରିଲୋଚନ ତ୍ରିପାଠୀ ଓ ଉପସ୍ଥାପନା କରିଥିଲେ ମାନସ କୁମାର ମିଶ୍ର।
ଆଜିର ଭଜନ ସନ୍ଧ୍ୟାରେ ଉପସ୍ଥିତ ଭକ୍ତ ଓ ଜନତା ସ୍ଥାନୀୟ କଳାକାର ଓ ଶିଳ୍ପୀମାନଙ୍କ ସହଭାଗିତାରେ ଏହି ପ୍ରୟାସ ସମ୍ବଲପୁରର ସାଂସ୍କୃତିକ ପରମ୍ପରାକୁ ଆଗକୁ ବଢ଼ାଇବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଉପସ୍ଥିତ ଭକ୍ତମାନେ କହିଥିଲେ, ଏପରି ଆୟୋଜନ ମନ୍ଦିର ପ୍ରାଙ୍ଗଣରେ ଭକ୍ତିମୟ ପରିବେଶକୁ ଅଧିକ ସୁଦୃଢ଼ କରିବା ସହିତ ଯୁବପିଢ଼ୀଙ୍କୁ ସଙ୍ଗୀତ ଓ ଭକ୍ତି ପ୍ରତି ଆକର୍ଷିତ କରିବ।ଜିଲ୍ଲା କାହିଁକି ଜିଲ୍ଲା ବାହାରୁ ଆସୁଥିବା ଭକ୍ତ ଓ କଳାକାର ଏଥିରେ ସାମିଲ ହେବାକୁ ଟ୍ରଷ୍ଟ ବୋର୍ଡ ମଧ୍ୟ୍ୟ ଆଶା ବ୍ୟକ୍ତ କରିଛନ୍ତି।ଗତ ୨ ମାସ ତଳେ ଆରମ୍ଭ ହୋଇଥିବା ଏହି ଭକ୍ତି ରସାମୃତ କାର୍ଯ୍ୟକ୍ରମ ଦିନକୁ ଦିନ ବେଶ ଲୋକପ୍ରିୟତା ସହିତ ଆଦୃତ ହେବାରେ ଲାଗିଛି। ଏଥିପାଇଁ ସବୁ ମହଳରେ ଟ୍ରଷ୍ଟ ବୋର୍ଡର ଏଭଳି ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା ମିଳିବାରେ ଲାଗିଛି।