Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରତିଷ୍ଠା ପରିବାରର ୧୬ ତମ ପ୍ରତିଷ୍ଠା ସମ୍ମାନ ଉତ୍ସବ

ସମ୍ବଲପୁର/ବୁର୍ଲା:ସ୍ଥାନୀୟ ସରକାରୀ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରତିଷ୍ଠା ପରିବାରର ୧୬ ତମ ପ୍ରତିଷ୍ଠା ସମ୍ମାନ ଉତ୍ସବ ଉପଲକ୍ଷେ ସମସ୍ତ ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ସାଧାରଣ ଜ୍ଞାନ ଲିଖିତ,ଓଡ଼ିଆ ଏବଂ ଇଂରାଜୀ ରଚନା ଲେଖନ, ମ୍ୟୁଜିକାଲ ବାଦ୍ୟଯନ୍ତ୍ର ଏବଂ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରତିଯୋଗିତାରେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ଛାତ୍ର ଛIତ୍ରୀ ଅଂଶ ଗ୍ରହଣ କରିଥିଲେ, ହୀରାକୁଦ ବନ୍ଧର ଅଧିକ୍ଷଣ ଯନ୍ତ୍ରୀ ଇଂ ଶୁଭ୍ରାଂଶୁ ଦ୍ବି୍ବେଦି ମୁଖ୍ୟ ଅତିଥି, ବୁର୍ଲା ଭି ଏସ ଏସ ୟୁ ଟି ଟ୍ରିପଲ ଇ ର ସହଯୋଗୀ ଅଧ୍ୟାପିକା ସସ୍ମିତା ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ପ୍ରତିଷ୍ଠା ପରିବାରର ସଭାପତି ପ୍ରସନ୍ନ କୁମାର ସାହୁ ସଭାପତିତ୍ୱ କରିଥିଲେ, କାର୍ଯ୍ୟକ୍ରମ ସଂଯୋଜକ ତରଣୀସେନ ଚାନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମ୍ପାଦକ ସୁବ୍ରତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ I ପ୍ରତିଯୋଗିତା ପାଇଁ ପଶ୍ଚିମ ଓଡ଼ିଶାର ପ୍ରାୟ ନଅ ଜଣ ବିଚାରକ ମଣ୍ଡଳୀ ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବେ ବିଚାର କରିଥିଲେ, ପରିବାରର ସଦସ୍ୟ ଦେବାଶିଷ ନନ୍ଦ, ପ୍ୟାରୀମୋହନ ପୁଜାହାରୀ. ସହ ସଂଯୋଜକ ସୁଧୀରଞ୍ଜନ ମହାରଣା, ସୋମନାଥ ଆପଟ, ଗୋପାଳ ପ୍ରଧାନ, ଇଂ ଦୀପକ ରାଉତ, ସତ୍ୟବ୍ରତ ନାୟକ, ପ୍ରମୋଦ ଦାସ, ସଂଜୀବ ଗୌଡ଼, ସଂଜୀବ ପଣ୍ଡା, ରାଜେଶ ପଟ୍ଟନାୟକ, ହରି ଶଙ୍କର ପଣ୍ଡା, ଜୟନ୍ତ ସାହୁ. ରାମେଶ୍ୱର ସିଂ, ପୁରୁଷୋତ୍ତମ ଗୌଡ଼, ଅନିଲ ଦେବତା, ଦୁର୍ଗାପ୍ରସାଦ ଦଳାଇ, ଶୁଭ୍ରକାନ୍ତ ପଣ୍ଡା, ସନାତନ ବାରିକ, ଦୟାନିଧି ଗୌଡ଼, ଯୁଧିଷ୍ଠିର ବିଶ୍ୱାଳ, ପ୍ରମୋଦ ଗୌଡ଼, ପ୍ରେମାନନ୍ଦ ଷଣ୍ଢ, ତ୍ରାହିକର ଡୁଙ୍ଗୁରୀ, ପ୍ରଦୀପ ନାଥ, ବାବୁଲା ଗୌଡ଼, ମହିଳା ସଭ୍ୟା ଶ୍ରୀମତୀ ମନୋରମା ଦାସ, ରୀନାରାଣୀ ଶତପଥି, ସତ୍ୟଭାମା ସାହୁ, ଲିନା ପଟ୍ଟନାୟକ, ମିନତୀ ପୁଜାହାରୀ, ଜ୍ୟୋସ୍ନା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଆସନ୍ତା ୧୯ ତାରିଖ ରବିବାର ଦିନ ସମ୍ବଲପୁରୀ ଖାଦ୍ୟ ଲେଥାର କର୍ମଜୀବୀ ମହିଳା ଓ ଗୃହିଣୀ ମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଏହି ମାସ ୨୬ ତାରିଖ ଦିନ କାର୍ଯ୍ୟକ୍ରମ ଉତଯାପିତ ହେବ ବୋଲି ପ୍ରତିଷ୍ଠାର ସଦସ୍ୟ ମାନେ ମତାମତ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ