ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟରେ ବିକଶିତ ଭାରତ ବିଲ୍ଡାଥନ ଅନୁଷ୍ଠିତ

ସମ୍ବଲପୁର:ଆଜି ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟ, ସମ୍ବଲପୁର ଠାରେ ‘ବିକଶିତ ଭାରତ ବିଲ୍ଡାଥନ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମଗ୍ର ଓଡ଼ିଶାରୁ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ତିନୋଟି ବିଦ୍ୟାଳୟ ମଧ୍ୟରୁ ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ମନୋନିତ ହୋଇ ନୀତି ଆୟୋଗ ଏବଂ ଅଟଳ ଇନୋଭେସନ୍ ମିଶନ୍ ଦ୍ୱାରା ଆୟୋଜିତ ବିକଶିତ ଭାରତ ବିଲ୍ଡାଥନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲା। ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜାତୀୟସ୍ତରର ଏହି ବୃହତ୍ ଇନୋଭେସନ୍ କାର୍ଯ୍ୟକ୍ରମରେ ନିଜର ଅଭିନବ ପ୍ରକଳ୍ପର ମୂଳ ମଡେଲ ପଞ୍ଜିକରଣ କରିଥିଲେ।
ଏହି କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ଉଦ୍ଘାଟିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସୁମିତା ପତ୍ରୀଙ୍କ ଦିଗ୍ଦର୍ଶନରେରେ ଶିକ୍ଷୟିତ୍ରୀ ଜୟନ୍ତୀ ହୋତା,ଦେବଶ୍ରୀ ଦେହୁରୀ ଏବଂ ସୁବ୍ରତ କୁମାର ସାହୁ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଛାତ୍ରଛାତ୍ରୀ ରାହୁଲ ସାହୁ, ଅମୃତା ମିଶ୍ର,ପ୍ରତୀକ ପଣ୍ଡା,ଦେବଦତ୍ତ ଗଡନାୟକ, ଥବିର ଭୋଇ ଏବଂ ଆରୋହୀ ପଣ୍ଡିତ “ସମୃଦ୍ଧ ଭାରତ” ପାଇଁ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସତ୍ୟବ୍ରତ ସାହୁ ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ପାର୍ଥ ସାରଥି ପ୍ରଧାନ ଉପସ୍ଥିତ ହୋଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।