Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୀପକ କୁମାର ପଣ୍ଡାଙ୍କ ରଚିତ ଲକ୍ଷ୍ମୀନାଥ ବେଜବରୁଆ ଓ ସମ୍ବଲପୁର ପୁସ୍ତକର ଉନ୍ମୋଚନ

ସମ୍ବଲପୁର: ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ୧୬୧ ତମ ଜୟନ୍ତୀ ଅବସରରେ ଆଜି ସ୍ଥାନୀୟ ସାଧନା ଗୃହରେ ଅନୁଷ୍ଠିତ ଏକ ଉତ୍ସବରେ ନ୍ଯାସନାଲ ବୁକ୍ ଟ୍ରଷ୍ଟ ଦ୍ବାରା ପ୍ରକାଶିତ, ଦୀପକ କୁମାର ପଣ୍ଡାଙ୍କ ଦ୍ଵାରା ରଚିତ ” ଲକ୍ଷ୍ମୀନାଥ ବେଜବରୁଆ ଓ ସମ୍ବଲପୁର” ପୁସ୍ତକର ଉନ୍ମୋଚନ କରାଯାଇଛି ।
ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆ ସ୍ମୃତି ରକ୍ଷା କମିଟିର ସଦସ୍ୟ ସୂର୍ଯ୍ୟ ପାଣିଗ୍ରାହୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉତ୍ସବରେ କବି
ସୈ।ଭାଗ୍ଯବନ୍ତ ମହାରଣା ମୁଖ୍ୟ ଅତିଥି , ବରିଷ୍ଠ ସାମ୍ବାଦିକ କିଶୋର ସାହୁ ମୁଖ୍ୟ ବକ୍ତା, କବି ପ୍ରଦୀପ ପଣ୍ଡା, ଡ. ସତ୍ଯନାରାୟଣ ଠାକୁର, ପ୍ରଶାନ୍ତ ମାଝୀ, କବି ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ।
ଲେଖକ ଦୀପକ କୁମାର ପଣ୍ଡା କହିଲେ ଯେ ଏହି ପୁସ୍ତକରେ ସମ୍ବଲପୁରରେ ବେଜବରୁଆଙ୍କ ସାହିତ୍ୟିକ ଓ ସାମାଜିକ ଜୀବନ ଉପରେ ଆଲୋକପାତ କରାଯାଇଛି । ସମ୍ବଲପୁର ମ୍ଯୁନିସିପାଲିଟିର କାଉନସିଲର, ସମ୍ବଲପୁରର ଜଣାଶୁଣା ବ୍ୟକ୍ତିବିଶେଷଙ୍କ ବନ୍ଧୁ, ଜଣେ ନାଟ୍ୟ ଅଭିନେତା ଓ ସର୍ବୋପରି ଜଣେ ଅଗ୍ରଣୀ ଲେଖକ ଭାବରେ ସମ୍ବଲପୁରରେ ତାଙ୍କ ଜୀବନର ଗତିବିଧିର ଚର୍ଚ୍ଚା କରାଯାଇଛି । ଯଥାଶୀଘ୍ର ଏହାର ଅସମୀୟା ଓ ଅନ୍ୟାନ୍ୟ ସଂସ୍କରଣ ପ୍ରକାଶ ପାଇବ ବୋଲି ସୂଚନା ଦେଇଥିଲେ ।
ଅତିଥି ବୃନ୍ଦ କହିଲେ ଯେ ଫକୀରମୋହନ ସେନାପତି ଓ ବେଜବରୁଆଙ୍କ ସାହିତ୍ୟିକ ଅବଦାନ ମଧ୍ୟରେ ସମାନତା ରହିଛି । ଉଭୟେ ଆଦ୍ୟ ଗଳ୍ପ ଲେଖକ । ଆଧୁନିକ ଅସମୀୟା ସାହିତ୍ୟର ଜନକ, ସାହିତ୍ଯରଥୀ, ରସରାଜ ଓ ଅନ୍ୟାନ୍ୟ ସମ୍ବୋଧନ, ସମ୍ମାନ ରେ ଭୂଷିତ ବେଜବରୁଆ ଭାରତୀୟ ସାହିତ୍ଯିକଙ୍କ ମଧ୍ୟରେ ଅଗ୍ରଣୀ ଅଟନ୍ତି । ସମ୍ବଲପୁର ରେ ତାଙ୍କର ସ୍ଥାୟୀ ବାସ ଓ ସମ୍ବଲପୁର ମାଟିରେ ତାଙ୍କର ଶ୍ରେଷ୍ଠ ସାହିତ୍ୟ କୃତି ର ସୃଷ୍ଟି ଆମ ପାଇଁ ଗୈ।ରବର ବିଷୟ । ତାଙ୍କ ରଚିତ ଗଳ୍ପ ଗୁଡି଼ିକ ସମ୍ବଲପୁର ଅଞ୍ଚଳର ସତ୍ୟ ଘଟଣା ଉପରେ ଆଧାରିତ ହେବା ଅର୍ଥାତ୍ ବେଜବରୁଆଙ୍କ କାହାଣୀରେ ସମ୍ବଲପୁର ଅଞ୍ଚଳର ସାମାଜିକ ଜୀବନ ପ୍ରତିଫଳନ ହେବା ଉଲ୍ଲେଖନୀୟ। ସମ୍ବଲପୁର କୁ ଅସମୀୟା ମାନେ ତୀର୍ଥଭୂମି ରୂପେ ବିବେଚନା କରୁଥିବା ଆଉ ଏକ ସୈ।ଭାଗ୍ଯ। ଯେହେତୁ ତାଙ୍କ ସମ଼୍ବଲପୁର ବାସଭବନକୁ ସ୍ଥାନୀୟ କବି, ଲେଖକଙ୍କ ଏକ ଗତିବିଧି କେନ୍ଦ୍ର ତଥା ଓଡି଼ିଶା- ଆସାମ ସାହିତ୍ୟ, ସଂସ୍କୃତି ର ସମନ୍ୱୟ କେନ୍ଦ୍ର ରେ ପରିଣତ କରିବାର ଲକ୍ଷ୍ୟ ରଖାଯାଇଛି ତେଣୁ ବେଜବରୁଆଙ୍କ ସମ୍ବଲପୁର ବାସଗୃହ ର ନବୀକରଣ ପାଇଁ ଉଭୟ ଓଡ଼ିଶା ଓ ଆସାମ ସରକାର ଯଥାଶୀଘ୍ର ଆର୍ଥିକ ଅନୁଦାନ ପ୍ରଦାନ କରିବା ଆବଶ୍ୟକ। ବେଜବରୁଆଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । କମଳ ଲୋଚନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ