ରେଙ୍ଗାଲି ବ୍ଲକ୍ରେ କୃତ୍ରିମ ଗହଣା ତିଆରି ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟନ

ସମ୍ବଲପୁର :ମଙ୍ଗଳବାର ଜିଲ୍ଲାପାଳ ସମ୍ବଲପୁର ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଦ୍ୱାରା ରେଙ୍ଗାଲି ବ୍ଲକର କଟାପାଲି ରେ କୃତ୍ରିମ ଗହଣା ତିଆରି ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ ହେଲା। ଏହି ପଦକ୍ଷେପର ଉଦ୍ଦେଶ୍ୟ ସ୍ୱୟଂ ସହାୟତା ଗୋଷ୍ଠୀ ସଦସ୍ୟଙ୍କୁ ବ୍ୟବସାୟିକ କୌଶଳ ଦ୍ୱାରା ସଶକ୍ତ କରିବା।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମିଶନ ଶକ୍ତି ଓ ଜିଇଏମ ଏଣ୍ଡ ଯେୱେ୍ଲେରୀ ସେକଟର ସ୍କିଲ୍ କାଉନସିଲ ସହଯୋଗରେ ପରିଚାଳିତ ହେବ। ପ୍ରତ୍ୟେକ ବ୍ୟାଚରେ ପ୍ରାୟ ୬୦ ଜଣ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରି ପ୍ରଶିକ୍ଷଣ ପାଇବେ, ଯାହା ତାଙ୍କର କୌଶଳ ବିକାଶ କରିବାରେ ସହଯୋଗୀ ହେବ।
ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମ୍ବଲପୁର ପ୍ରଶିକ୍ଷଣର ଗୁରୁତ୍ୱ ବିଷୟରେ ଜୋର ଦେଇ ମହିଳା ସଶକ୍ତିକରଣ ଓ ଆର୍ଥିକ କ୍ଷେତ୍ର ରେ ଆତ୍ମନିର୍ଭରଶୀଳ କରିବାକୁ ପ୍ରକଳ୍ପର ଭୂମିକାକୁ ଉଲ୍ଲେଖ କଲେ। ସେ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣରେ ସକ୍ରିୟ ଭାଗ ନେବା ପାଇଁ ପ୍ରେରିତ କଲେ।ଏହି ପଦକ୍ଷେପ ଜିଲ୍ଲା ପ୍ରଶାସନର ମହିଳା ସଶକ୍ତିକରଣ, କୌଶଳ ବିକାଶ ପ୍ରୋତ୍ସାହନ କରିବ ବୋଲି ଆଶା କରା ଯାଉଛି।