Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆପଡା:ଜୟ ହେଲେ ବିଜେପିର ପ୍ରାର୍ଥୀ,ନେଲେ ବସନ୍ତଙ୍କ ଆଶୀର୍ବାଦ

ସମ୍ବଲପୁର:ନୂଆପଡା ଉପନିର୍ବାଚନ ପାଇଁ ବିଦ୍ଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି) ତାର ପ୍ରାର୍ଥୀ ଘୋଷଣା କରିଛି।ନୂଆପଡାର ଆଗାମୀ ଉପନିର୍ବାଚନ ପାଇଁ ପୂର୍ବତନ ନୂଆପଡା ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ଦଳୀୟ ପ୍ରାର୍ଥୀ ଭାବରେ ପ୍ରାର୍ଥୀ କରିଛି ବିଜେପି। ବିଜେପିର ରାଷ୍ଟ୍ରୀୟ ସଚିବ ଅରୁଣ ସିଂ ଅନ୍ୟ ତିନୋଟି ରାଜ୍ୟ ପାଇଁ ଦଳର ଅନ୍ୟ ପ୍ରାର୍ଥୀଙ୍କ ସହିତ ନୂଆପଡା ପାଇଁ ଢୋଲକିଆଙ୍କ ନାମ ଘୋଷଣା କରିଛନ୍ତି।ଏହା ପ୍ରଚାର ହେବା ପରେ ଉତ୍ସବ ମୁଖର ହୋଇଛି ନୂଆପଡା। ଚିର ଅବହେଳିତ ନୂଆପଡା ବାସୀ ଜୟଙ୍କୁ ଜିତାଇ ବିକାଶର ସ୍ୱପ୍ନ ଦେଖିଲେଣି। ଜୟ ମଧ୍ୟ୍ୟ ଏହି ସଫଳତା ଦେବାକୁ ଆଜି ପ୍ରାର୍ଥୀ ଘୋଷଣା ପରେ ଜିଲ୍ଲାର ବରିଷ୍ଠ ତଥା ବିଜେପିର ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଙ୍କୁ ସାକ୍ଷାତ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଜୟ ଢୋଲକିଆ ଏହି ମାସର ଗତ ୧୧ ତାରିଖ ଦିନ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ।ସେହି ସମୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ସହିତ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବସନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।

ଏଠାରେ ସୂଚନାଯୋଗ୍ୟଯେ,ଜୟଙ୍କ ସ୍ବର୍ଗୀୟ ପିତା ବିଜେଡି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ବିଧାନସଭା ଆସନ ଜିତିବା ପରେ ନୂଆପଡାର ବିଧାୟକ ଥିଲେ।ବର୍ତ୍ତମାନ ନୂଆପଡା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ସେ ଆସନ୍ତାକାଲି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିବେ।ଏଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି। ନିର୍ବାଚନ ମଣ୍ଡଳୀ ବ୍ୟାପି ଚାରିଆଡୁ ଆସିବେ ନେତା କର୍ମୀ ଓ ଶୁଭେଛୁ। ଆସନ୍ତାକାଲି ହିଁ ବିଜେପି ତାର ବିଜୟର ଦ୍ୱାର ଦେଖାଇବ। ଏଥିପାଇଁ ଅଣ୍ଟା ଭିଡିଛି ନୂଆପଡା ଜିଲ୍ଲା ବିଜେପି ସଂଗଠନ।ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତ ରହିବେ। ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର ଆଜି ଏ ବିଷୟରେ ସୂଚନା ଦେଇ ବିଜେପି ଭୋଟର ଙ୍କ ମଧ୍ୟରେ ଆଶାର କିରଣ ବୁଣି ଉତ୍ସାହ ଭରିଛନ୍ତି।

ବିଜେଡିରେ ଅନ୍ଧକାର ଛାଇ ଯାଇଥିବା ବେଳେ ଅସନ୍ତୁଷ୍ଟ ନେତା ଓ କର୍ମୀ ଆଜିଠୁ ଭାଗ ଭାଗ ହୋଇଗଲେଣି। ଅନେକ ଜୟଙ୍କୁ ନିଜର ଶୁଭେଚ୍ଛା ଜଣାଇବା ସହିତ ବାପାଙ୍କ ସହିତ ଥିଲୁ ଏବେବି ଆପଣଙ୍କ ପଛରେ ରହିବୁ ବୋଲି ଶୁଣାଇବା ଆରମ୍ଭ କଲେଣି। ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଯାଇଥିବା ବେଳେ ବିଜେଡି ତାର ପ୍ରାର୍ଥୀ ବିଷୟରେ କିଛି ଚିନ୍ତା କରିନଥିବାରୁ ଜିଲ୍ଲା ବିଜେଡି ନେତା ଓ କର୍ମୀ ମଧ୍ୟ୍ୟ ଆଶା ଆଶଙ୍କା ରେ ରହିଛନ୍ତି। ବିଜେଡି ନିଷ୍ପତ୍ତି ରେ ବିଳମ୍ଭ ହେଲେ ଜୟ ଙ୍କ ଆଡକୁ ଅଧିକାଂଶ ନେତା ଓ କର୍ମୀ ଢଳିବା ପୂର୍ବାଭାସ ମିଳିଲାନି। ଏପରିକି ଜୟଙ୍କ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଏକ ମିଶ୍ରଣ ପର୍ବ ପାଇଁ କେତେକ ଅଣ୍ଟା ଭିଡିଥିବା କୁହାଯାଉଛି। ଏକ ବିରାଟ ରାଲିରେ ଜୟ ଯାଇ ପ୍ରାର୍ଥୀପତ୍ର ଦାଖଲ କରିବେ, ମିଶ୍ରଣ ପର୍ବକୁ ଅପେକ୍ଷା ନକରି ରେଲିରେ ଉପସ୍ଥିତ ରହି ନିଜର ପ୍ରତିବଦ୍ଧତା ଦେଖାଇବାକୁ ବିଜେପି ପରୋକ୍ଷରେ ପରାମର୍ଶ ଦେଇଛି। କଂଗ୍ରେସ ଭିତରେ ଭିତରେ ନିଜର ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବିଜେପି ଆସନ୍ତାକାଲି ଠାରୁ ଏକ ପ୍ରକାର ମୈଦାନକୁ ଓଲ୍ଲେଇବ। ଅସଲ ହେଲା ଆସନ୍ତାକାଲି ହିଁ ବିଜେପିର କଣ ରହିଛି ରଣନୀତି ତାହା ସ୍ପଷ୍ଟ ହୋଇଗଲା ପରେ ଉପନିର୍ବାଚନ ରେ କିଏ ମାରିବ ବାଜି ତାହା ଆପେ ବାରିହୋଇଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ