Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଁରୁ ହଟିନି ଜାତିପ୍ରଥା, ନାବାଳିକା ଝିଅଙ୍କୁ ନେଇ ସମାଜସେବୀ କଲେ ବାପାଙ୍କ ଅନ୍ତିମ ସଂସ୍କାର

ସମ୍ବଲପୁର:ପ୍ରେମ ପାଇଁ ନାହିଁ ଜାତିପ୍ରଥା। ବୟସ ବଢିଲେ ବିବାହ ନିଷ୍ପତ୍ତି ନେଇଥାନ୍ତି ଯୋଡି। ଏଥିପାଇଁ ଆଇନ କାନୁନ ରହିଛି। ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ନିଜର ରାୟ ଶୁଣାଇ ସାରିଛନ୍ତି। ହେଲେବି ସଚେତନତା ଅଭାବରୁ ଅନେକ ଘଟଣାରେ ଅନେକ ଲୋକଙ୍କୁ ନାକେଦମ ହେବାକୁ ପଡିଥାଏ। ମାନବିକତା ହରାଇବା ପରେ ବି ସମାଜର ଆଗ ଧାଡିରେ ଥିବା କିଛି ସାମାଜିକ କର୍ମୀ ସମସ୍ୟା ଏଡାଇ ସାମାଜିକ ଦାୟିତ୍ୱ ନେଇଥାନ୍ତି। ଏଭଳି ଏକ ବାସ୍ତବ ଚିତ୍ର ଆଜି ଦେଖିବାକୁ ମିଳିଛି ବତେମୁରା ପଞ୍ଚାୟତର କୀର୍ତିପୁର ଗ୍ରାମରେ।

ସେହି ଗାଁର ୫୫ ବର୍ଷୀୟ ସୁଦାମ ଭୋଇ ଙ୍କର ଆଜି ସକାଳୁ ତାଙ୍କ ଘରେ ପରଲୋକ ଘଟିଥିଲା।ଏହା ପୂର୍ବରୁ ତାଙ୍କର ସ୍ତ୍ରୀ ମଧ୍ୟ ମୃତ୍ୟୁ ବରଣ କରିଥିଲେ। ଏହି ପରିବାରର କେବଳ ୧୩ ବର୍ଷୀୟା ଗୋଟିଏ ଝିଅ। ସୁଦାମଙ୍କ ପରଲୋକ ପରେ ମା ଓ ବାପା ଛେଉଣ୍ଡ ଝିଅ ନିରାଶ୍ରୟା ହୋଇଯାଇଥିଲା। ସମସ୍ତଙ୍କୁ କାକୁତି ମିନତି ପରେବି ତାର ଦ୍ୱାର ମାଡିନଥିଲେ କେହି। ସୁଦାମ ଅନ୍ୟ ଜାତିର ଝିଅ କୁ ବାହା ହେଇଥିଲେ ବୋଲି ନିଜ ସମ୍ପର୍କୀୟ କିମ୍ବା ଗାଁ ଲୋକ କେହି ଶବ ସତ୍କାର କରିବାକୁ ଆଗେଇ ଆସିନଥିଲେ। ସକାଳ ୮ ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଶବ ପଡିରହିଲା ଘରେ।ଶେଷରେ ଗୁଣ୍ଡେରପୁର ଫାଣ୍ଡିରେ ଖବର ପହଞ୍ଚିଲା। ଖବର ପାଇ ଫାଣ୍ଡି ଅଫିସର ସମ୍ବଳ ଅନୁଷ୍ଠାନର ରାମଦାସ ପଣ୍ଡା ଙ୍କୁ ଯୋଗାଯୋଗ କରି ଶବ ସତ୍କାର ପାଇଁ ଅନୁରୋଧ କରିବାରୁ ସମ୍ବଳ ଅନୁଷ୍ଠାନ ନେଇଥିଲା ତ୍ୱରିତ ପଦକ୍ଷେପ। ଅନୁଷ୍ଠାନର ସୌରୀ ନାରାୟଣ ପାଣିଗ୍ରାହୀ, ଆନନ୍ଦ ଆଜାଦିୱାଲ ଏବଂ ରାମଦାସ ପଣ୍ଡା କୀର୍ତିପୁର ଯାଇ ଦିନ ୧. ୩୦ ମିନିଟ ସମୟରେ ଶବକୁ ଆଣି ରାଜଘାଟ ରେ ଅନ୍ତିମ ସଂସ୍କାର କରିଥିଲେ। ସୁଦାମଙ୍କ ଏକ ମାତ୍ର ଝିଅ ପ୍ରତିମା ଭୋଇ ସମ୍ବଳ ଅନୁଷ୍ଠାନ ସହ ଆସି ବାପାଙ୍କୁ ମୁଖାଗ୍ନି ଦେଇଥିଲେ।
କୋମମତି ଝିଅ ହେଲେବି ସମାଜସେବୀ ଅନୁଷ୍ଠାନ ସହ ମିଶି ପ୍ରତିମା ଯେଉଁ ଦାୟିତ୍ୱ ନେଲେ ତାହା ସମାଜ ପାଇଁ କେବଳ ଏକ ନିଦର୍ଶନ ନୁହେଁ, ବରଂ ଏହା ଏକ ଜାତୀୟ ଚେତନା। ଜନ୍ମ ଓ ମୃତ୍ୟୁ ସମୟରେ ଜାତି ନୁହେଁ ବରଂ ଦାୟିତ୍ୱ ବଡ ଏହା ସମ୍ବଳ ଅନୁଷ୍ଠାନ ସହ ପ୍ରତିମା କରିଦେଖାଇଲେ। ହେଲେ ସବୁଠୁ ବଡ ପ୍ରଶ୍ନ ପ୍ରତିମା ଏବେ ହେବେ କାହାର ଓ କିଏ ନେବ ପ୍ରତିମାଙ୍କ ଦାୟିତ୍ୱ? ଆଶା ଓ ବିଶ୍ୱାସ ପ୍ରତିମା ପରି ନିରାଶ୍ରୟାଙ୍କ ପ୍ରତି ଜିଲ୍ଲା ପ୍ରଶାସନ ସଦୟ ମନୋଭାବ ପୋଷଣ କରି ଏକ ଆଶାର କିରଣ ଦେଖାଇ ଏଭଳି ଅନ୍ଧ ବିଶ୍ୱାସର ପରଦା ହଟାଇବାରେ ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବେ।ତେବେ ଯାଇ ଜାତିପ୍ରଥାକୁ ନେଇ ହଟିବ ଅମାନବିକତା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ