Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ଖୋଲିଲା ଶିମିଳିପାଳ

ଭୁବନେଶ୍ୱର: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ। ଅଭୟାରଣ୍ୟକୁ ଦୁଇଟି ଗେଟ୍ ଦେଇ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ। ପିଠାବଟା ଓ କାଳିଆଣି ଫାଟକ ଦେଇ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ। ଏଥିସହିତ ବ୍ୟାଘ୍ର ପ୍ରକଳ୍ପର ମଜା ନେବେ ପର୍ଯ୍ୟଟକ ।

ଶିମିଳିପାଳ ମଧ୍ୟକୁ ପର୍ଯ୍ୟଟକମାନେ ବାରିପଦାର ପିଠାବଟା ଫାଟକ ଏବଂ ଯଶିପୁରର କାଳିଆଣି ଫାଟକ ଦେଇ ପ୍ରବେଶ କରିବେ। ଶିମିଳିପାଳକୁ ଦୈନିକ ସର୍ବାଧିକ ୬୦ଟି ଚାରି ଚକିଆ ଯାନକୁ ପ୍ରବେଶ ଅନୁମତି କରିବେ। ଯଶିପୁର ଏବଂ କାଳିକାପ୍ରସାଦ ପାଶ୍ୱର୍ରୁ ୩୫ଟି ଏବଂ ବାରିପଦା ପିଠାବଟା ତନଖି ଫାଟକ ଦେଇ ୨୫ଟି ଚାରିଚକିଆ ଯାନକୁ ପ୍ରବେଶ କରିବେ।

ସାଧାରଣତଃ ପ୍ରତିବର୍ଷ ନଭେମ୍ବର ୧ ତାରିଖଠାରୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଇଥାଏ। ଗତ ଜୁଲାଇ ୧ ତାରିଖଠାରୁ ଶିମିଳିପାଳ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ