ପର୍ବପର୍ବାଣୀରେ ସରକାରଙ୍କ ‘ନୋ ଗିଫ୍ଟ୍’ ପଲିସି

ଭୁବନେଶ୍ୱର: ପର୍ବପର୍ବାଣୀ ପାଇଁ ‘ନୋ ଗିଫ୍ଟ୍ ପଲିସି’। କେନ୍ଦ୍ର ସରକାରଙ୍କ ପଲିସିକୁ ଆପଣାଇଛି ଓଡିଶା । ଦିପାବଳୀରେ ଗିଫ୍ଟ ନେଇ ଅଫିସ୍ ଆସିବାକୁ ବାରଣ କଲେ ରାଜ୍ୟ ସରକାର । ଏନେଇ ସମସ୍ତ ବିଭାଗକୁ ଚିଠି କରିଛି ଅର୍ଥ ବିଭାଗ ।
ଅର୍ଥାତ ଦୀପାବଳି ଆସୁଥିବା ବେଳେ ସରକାରୀ ଅଫିସରେ କୌଣସି ଉପହାର ଦିଆନିଆକୁ ରାଜ୍ୟ ସରକାର ବାରଣ କରିଛନ୍ତି। କୌଣସି ସରକାରୀ କାର୍ଯ୍ୟାଳୟ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଉପହାର ଆଦାନପ୍ରଦାନ ବା ଏହାସହ ଜଡ଼ିତ ଖର୍ଚ୍ଚ କରାଯିବ ନାହିଁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଏ ସଂପର୍କରେ ସୋସିଆଲ୍ ମିଡ଼ିଆରେ ଉଲ୍ଲେଖ କରିଛନ୍ତି। ତାଙ୍କ ଅଫିସକୁ କେହି ଉପହାର ଧରି ଯିବାକୁ ମନା କରିଛନ୍ତି ପ୍ରଭାତୀ।
ତେବେ କେନ୍ଦ୍ର ସରକାରଙ୍କ ସେପ୍ଟେମ୍ବର ୧୯ ତାରିଖର ନିର୍ଦ୍ଦେଶନାମାକୁ ପାଳନ କରି ରାଜ୍ୟ ସରକାର ଗତକାଲି ନିଜର ସବୁ ଅଫିସ୍ ପାଇଁ ‘ନୋ ଗିଫ୍ଟ ପଲିସି’ର ନିର୍ଦ୍ଦେଶନାମା ଜାରି କରିଛନ୍ତି।