Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଗତି ସ୍ବୟଂ ସହାୟକ ଗୋଷ୍ଠୀର ରୌପ୍ୟ ଜୟନ୍ତୀ

ସମ୍ବଲପୁର:ବାମରା ବ୍ଲକ ଅନ୍ତର୍ଗତ ବାଉନସଲଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସର୍ଗିଡିହି ଗ୍ରାମରେ ଥିବା ପ୍ରଗତି ସ୍ବୟଂ ସହାୟକ ଗୋଷ୍ଟୀର ଆଜି ରୋପ୍ୟ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି।

୧୫ ଜଣ ସମ ଭାବାପନ୍ନ ମହିଳାଙ୍କୁ ନେଇ ତତ୍କାଳୀନ ଅଙ୍ଗନୱାଡି ସୁପରଭାଇଜର କନକଲତା ନାୟକ ଙ୍କ ସହଯୋଗ ରେ ଗଠନ ଏହି ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ ହେବବା ପରଠୁ କେବେସେ ପଛକୁ ଫେରି ଆଉ ଦେଖିନି। ୧୦ ଟଙ୍କା ଜମା ରୁ ଆରମ୍ଭ କରି ଆଜି ଏକ ବଡ଼ ଅନୁଷ୍ଠାନ ରେ ପରିଣତ ହୋଇଥିବା ଏହି ଗୋଷ୍ଟୀର
ପ୍ରତ୍ୟେକ ସଭ୍ୟା ଆଜି ଲକ୍ଷ୍ୟପତି ଦିଦି ହେବାକୁ ଯୋଗ୍ୟ ହୋଇଥିବା ନେଇ ଜୟନ୍ତୀ ସଭାରେ ଅନୁଷ୍ଠାନ କୁ ଭୁୟସୀ ପ୍ରଶଂସା କରାଯାଇଥିଲା।କିରୋସିନି ଛତୁଆ ଖଳି ଦାନା ମେସିନ କ୍ରୟ କରି ଆଜି ଉନ୍ନତି ର ପଥରେ ଅଗ୍ରସର ହୋଇ
ବିକଶିତ ଓଡ଼ିଶା ର ସ୍ବପ୍ନ କୁ ସାକାର କରିବା ଦିଗରେ ଏହି ଗୋଷ୍ଠୀର ଅବଦାନକୁ ମୁଖ୍ୟବକ୍ତା ଭାବରେ ଗ୍ରାମ ଉନ୍ନୟନ,ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀଙ୍କ ପ୍ରତିନିଧି ବିଭୁତି କଲ୍ୟାଣ ପଟେଲ ଯୋଗଦେଇ ଗୋଷ୍ଟୀ ର ସଫଳ କାମନା କରି ଥିଲେ।

ଆୟୋଜିତ ଉତ୍ସବରେ ଗୋଷ୍ଠୀ ର ସମସ୍ତ ସଦସ୍ୟଙ୍କ ସହ ଅତିଥି ପୂର୍ବତନ ସରପଞ୍ଚ ଦିଲ୍ଲୀପ ଛତ୍ରିଆ ହିରାଲାଲ ଖଣ୍ଡେଲ୍ୱାଲ୍ ବର୍ତ୍ତମାନର ସରପଞ୍ଚ,ସମିତି ସଭ୍ୟା ସବିତା ପାତ୍ର ଅବସର ପ୍ରାପ୍ତ ସୁପରଭାଇଜର କନକଲତା ନାୟକ ମନ୍ତ୍ରୀଙ୍କ ପ୍ରତିନିଧି ବିଷ୍ଣୁ ଅଗ୍ରୱାଲ ପ୍ରମୁଖ
ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଟୀର ସଂଘର୍ଷ ମୟ ଇତିହାସ ବଖାଣି ଆଜି ସମାଜର ଏକ ପ୍ରତିଷ୍ଠିତ ଓ ବିକାଶଶୀଳ ଗୋଷ୍ଟୀ ହୋଇଥିବାରୁ ସମସ୍ତେ ଗର୍ଵ ଅନୁଭବ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ