Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆୟୁର୍ବେଦ ପ୍ରବର୍ତ୍ତକ ଭଗବାନ ଧନ୍ବନ୍ତରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ

ପ୍ରତିକ୍ରିୟା ଶୂନ୍ୟ ଆୟୁର୍ବେଦ ରାଜ୍ୟରେ ପ୍ରଭାବଶାଳୀ ହୋଇପାରୁନି

କଟକ:ସ୍ୱାସ୍ଥ୍ୟ ସେବାର ସଙ୍କଟ ମୟ ରାସ୍ତାରେ ସରକାରଙ୍କ ନିର୍ଦ୍ଦିଷ୍ଟ ଚିକିତ୍ସା ବିଜ୍ଞାନ ପ୍ରତି ପ୍ରୋତ୍ସାହନ ହିଁ ରାଜ୍ୟ ସ୍ୱାସ୍ଥ୍ୟ ସେବାରେ ବିଲକ୍ଷଣର କାରଣ। ନୀରୋଗ ଜୀବନ ପାଇଁ ଆୟୁର୍ବେଦ ଭଳି ସୁଗମ ଚିକିତ୍ସା ପଦ୍ଧତି ଖୁବ ସହଜ ଓ ସରଳ ହେଲେ ମଧ୍ୟ ସରକାର ଏହାର ଭିତ୍ତିଭୂମିକୁ ଅଣଦେଖା କରି କେବଳ ପ୍ରଶଂସାରେ ସୀମିତ ରହିଥିବାରୁ ରାଜ୍ୟରେ ଆୟୁର୍ବେଦ ଚିକିତ୍ସା ପ୍ରଣାଳୀ ପ୍ରଭାବଶାଳୀ ହୋଇପାରୁନାହିଁ ବୋଲି ରାଜ୍ୟ ସ୍ତରୀୟ ଧନ୍ଵନ୍ତରୀ ଜୟନ୍ତୀ ସଭାରେ ବକ୍ତା ମାନେ ମତପ୍ରକାଶ କରିଥିଲେ।

ଆଜି ସ୍ଥାନୀୟ ଶ୍ରୀରାମ ଚନ୍ଦ୍ର ଭବନ, ଟାଉନହଲ ଠାରେ ଓଡିଶା ଆୟୁର୍ବେଦ ସେବା ସଂସ୍ଥା ପକ୍ଷରୁ ରାଜ୍ୟ ସ୍ତରୀୟ ଧନ୍ଵନ୍ତରୀ ଜୟନ୍ତୀସମାରୋହ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଡି.ଲିଟ୍ ପ୍ରାପ୍ତ ବିଶିଷ୍ଟ ସ୍ବାସ୍ଥ୍ୟ ସାହିତ୍ୟିକ ତଥା ଓଡ଼ିଶା ଆୟୁର୍ବେଦ ସେବା ସଂସ୍ଥା ଅଧ୍ୟକ୍ଷ ଡାକ୍ତର ଦୀନବନ୍ଧୁ ମହାରଣା ଅଧ୍ୟକ୍ଷତା କରି ଆୟୁର୍ବେଦର ବିକାଶ ପାଇଁ ସରକାରୀ ପ୍ରୋତ୍ସାହନ ଓ ଜନସହଯୋଗ କାମନା କରିଥିଲେ ।

ଉତ୍ସବକୁ ଡଃ ଜଷ୍ଟିସ୍ ବିଦ୍ୟୁତ୍‌ରଞ୍ଜନ ଷଡ଼ଙ୍ଗୀ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ଗୁରୁ ଶ୍ରୀମଦ୍ ସ୍ଵାମୀ ବ୍ରହ୍ମାନନ୍ଦ ସରସ୍ଵତୀ, ମଧୁସୂଦନ ଆଇନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର କମଳଜିତ୍ ସିଂହ, ପ୍ରାକ୍ତନ କୁଳପତି ପ୍ରଫେସର କୁମରବର ଦାସ, ବରିଷ୍ଠ ସାମ୍ବାଦିକ ବିଶ୍ଵନାଥ ସାମଲ, ଆରକ୍ଷୀ ଅଧିକାରୀ ରାଜକିଶୋର ସ୍ଵାଇଁ, ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ରାଜୀବ ଷଡ଼ଙ୍ଗୀ, ଆଡ୍‌ଭୋକେଟ୍ ଅଜିତ କୁମାର ମହାପାତ୍ର, ଡାକ୍ତର ମିନତି ମହାରଣା, ଡାକ୍ତର ରାଜାରାମ ଷଡ଼ଙ୍ଗୀ, ଏବଂ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡାକ୍ତର ଦିବ୍ୟଜ୍ୟୋତି ମହାରଣା, କବି ରଞ୍ଜନ କୁମାର ସାହୁ ପ୍ରମୁଖ ଆୟୁର୍ବେଦର ଦ୍ରୁତ ବିକାଶ ସହିତ ପ୍ରସାର ଓ ପ୍ରସାର ପାଇଁ ସରକାରୀ ପ୍ରୋତ୍ସାହନ ହିଁ ସୁସ୍ଥ୍ୟ ପଞ୍ଚାୟତ ରୁ ସୁସ୍ଥ୍ୟ ଭାରତ ର ପରିକଳ୍ପନା କରାଯାଇପାରେ ବୋଲି ମତ ପ୍ରଦାନ କରିଥିଲେ।

ଏହି ଅବସରରେ “ ସ୍ଵାସ୍ଥ୍ୟ ସନ୍ଦେଶ”ର ସ୍ଵତନ୍ତ୍ର ସଂଖ୍ୟା ଉନ୍ମୋଚନ ହେବା ସହ
ଡଃ ଜଷ୍ଟିସ୍ ବିଦ୍ୟୁତ୍‌ରଞ୍ଜନ ଷଡ଼ଙ୍ଗୀ, ଡାକ୍ତର ରାଜାରାମ ଷଡ଼ଙ୍ଗୀ, ଅବସର ପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକାରୀ ରାଜକିଶୋର ସ୍ଵାଇଁ ଙ୍କୁ ଜାତୀୟ ଧନ୍ଵନ୍ତରୀ ସମ୍ମାନ-୨୦୨୫ ପ୍ରଦାନ କରାଯାଇଥିଲା । ଉତ୍ସବ ପାଳନ ଏକ କବିତା ପଠୋତ୍ସବ କବିୟତ୍ରୀ ପୁଷ୍ପାଞ୍ଜଳି ମିଶ୍ର, ବସନ୍ତ କୁମାରୀ ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା।ଆୟୁର୍ବେଦୀୟ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଥୁଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏହାକୁ ଅଧ୍ୟାପକ ଅଶୋକ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ହସ୍ୟକବି ଲଷ୍ମୀଛଡା ମଞ୍ଚ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories