Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଜିଲ୍ଲା କୁ ଫେରିଲା ଗଞ୍ଜାଇ ଚାଷ:କୋଟିପତି ସ୍ୱପ୍ନ ମାଟିରେ ମିଶିଲା

ସମ୍ବଲପୁର: ଦୀର୍ଘ ଦିନର ବ୍ୟବଧାନ ପରେ ସମ୍ବଲପୁର ଜିଲ୍ଲାକୁ ଫେରିଛି ପୁଣି ଥରେ ଗଞ୍ଜାଇ ଚାଷ। ରାତାରାତି କୋଟିପତି ହେବାର ସ୍ୱପ୍ନରେ ହୋଇଥିବା ଚାଷ କିନ୍ତୁ ମାଟିରେ ମିଶିଗଲା। ଜିଲ୍ଲା ପ୍ରଶାସନଙ୍କ ମିଳିତ ଉଦ୍ୟମରେ ଏଭଳି ବେଆଇନ ଚାଷକୁ ନିର୍ମୁଳ କରିଦେବାକୁ ପ୍ରଶାସନ ଦେଖାଇଛି ନିଜର ଦକ୍ଷତା।

ମିଳିଥିବା ସୂଚନା ମତେ ରେଢ଼ାଖୋଲ ଥାନା ଅନ୍ତର୍ଗତ ଘୋଷରାମାଳ ପଞ୍ଚାୟତର କେତେକ ଗ୍ରାମରେ ଗଞ୍ଜେଇ ଚାଷ ହୋଇ ଥିବା ପ୍ରଶାସନ ନିକଟରେ ଖବର ମିଳିଥିଲା । ଏହା ଉପରେ ଶନିବାର ପ୍ରଶାସନ ପକ୍ଷରୁ ଜୋରଦାର ଚଢ଼ଉ କରାଯାଇ ଅବକାରୀ, ପୁଲିସ, ରାଜସ୍ବ ଏବଂ ବନବିଭାଗ ପକ୍ଷରୁ ମିଳିତ ଭାବେ ଦିନତମାମ ଚଢ଼ାଉ କରି ଅମଳ ହେବାକୁ ଥିବା ଗଞ୍ଜାଇ ଚାଷକୁ ନଷ୍ଟ କରିଡିଯାଇଛି। ଝାଟକିମାଳ ଏବଂ ବଡ଼ମାଳ ଗ୍ରାମ ସଂଲଗ୍ନ ଖାସଡ଼ା ଜଙ୍ଗଲରେ ଚଢ଼ଉ କରାଯାଇ ବ୍ୟାପକ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା । ଦୁଇ ଗ୍ରାମର ୫ ଏକର ଜମିରୁ ୬୦୦୦ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ଜଣାପଡିଛି ।

ଝାଟକିମାଳ ସୁଧୀରପଡ଼ା ନିକଟସ୍ଥ ୩ ଏକର ଜଙ୍ଗଲ ଜମିରେ ହୋଇଥିବା ୩୬୦୦ ଗଞ୍ଜେଇ ଗଛ ଏବଂ ବଡ଼ମାଳ
ଗ୍ରାମ ସଂଲଗ୍ନ ଜଙ୍ଗଲ ଜମିରେ ହୋଇଥିବା ୨ ଏକର ଜମିରୁ ୨୪୦୦ ଗଞ୍ଜେଇଗଛ ନଷ୍ଟ କରାଯାଇଥିଲା । ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥ‌ିବା ରେଢ଼ାଖୋଲ ଡେପୁଟି କଲେକ୍ଟର ଅଜିତ କୁମାର ଦେହୁରୀଙ୍କ ଉପସ୍ଥିତିରେ ଜବତ ଗଛଗୁଡିକୁ ନିଆଁ ଲଗାଇ ପୋଡ଼ି ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ନାକଟିଦେଉଳ ବ୍ଳକର.ଘୋଷରାମାଳ ପଞ୍ଚାଯତରେ ଦୀର୍ଘବର୍ଷ ପରେ ଚଳିତବର୍ଷ ବେଆଇନ ଗଞ୍ଜେଇ ଚାଷ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ରେ ଗତ ସପ୍ତାହରେ ଖବର ପ୍ରକାଶ ପାଇଥିଲା । ପ୍ରାରମ୍ଭରେ ପ୍ରଶାସନ ଏହାକୁ ବିଶ୍ୱାସକୁ ନେଇନଥିଲେବି ଯେତେବେଳେ ଫଟୋ ସହ ଖବର ପ୍ରକାଶ ପାଇଲା ଏହାପରେ ନିଜର ଗୁପ୍ତ ସର୍ଭେ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ପ୍ରଶାସନ ତତ୍ପର ହୋଇ ଉଠିଥିଲା । ଜିଲା ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ବରେ ଶନିବାର ହୋଇଥିବା ଏହି ଚଢ଼ଉରେ ଉପଅଧୀକ୍ଷକ ଅସିତ କୁମାର ମଲ୍ଲିକ, କୈଳାସ ଚନ୍ଦ୍ର ଦେହୁରୀ, ରେଢ଼ାଖୋଲ ଅବକାରୀ ନିରୀକ୍ଷକ ଦୁର୍ବାଦଳ ବିଶ୍ବାଳ, ଏଏସ୍‌ଆଇ କୀର୍ତ୍ତନ ନାଏକଙ୍କ ସମେତ ରେଢ଼ାଖୋଲ ପୁଲିସ, ନାକଟିଦେଉଳ ଏବଂ ରେଢ଼ାଖୋଲ ବନ ବିଭାଗର ରେଞ୍ଜ ଅଧିକାରୀ ଓ ରାଜସ୍ୱ ନିରୀକ୍ଷକ ସାମିଲ ଥିଲେ । ଗଛଗୁଡିକୁ ନଷ୍ଟ କରିବାରେ ୭୦ କର୍ମଚାରୀ ଓ ୬ ଶ୍ରମିକ ନିୟୋଜିତ ଥିବା ବିଭାଗୀୟ ସୂତ୍ରରୁ ସୂଚନା ଦିଆଯାଇଛି। ଦୀର୍ଘ ବର୍ଷ ପରେ ପୁଣିଥରେ ଏଭଳି ଗଞ୍ଜାଇ ଚାଷ ଉପରେ ବେଧଡକ ଭାବେ ଯେମିତି ଏହି ଚାଷ ଚାଲିଥିଲା ତାହା ପ୍ରଶାସନ ଉପରେ ଏକ ବଡ ଚ୍ୟାଲେଞ୍ଚର ପ୍ରଶ୍ନ ଉଠିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories