Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂତନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ଓ ଅନ୍ତ୍ୟୋଦୋୟ ଗୃହ ଯୋଜନାର ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର କରି ପ୍ରଥମ୍ କିସ୍ତି ଅର୍ଥ ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଅନ୍ତ୍ୟୋଦୋୟ ଗୃହ ଯୋଜନା ରେ ଉପକୃତ ହେଲେ ୧୫୯୨ ହିତାଧିକାରୀ

ସମ୍ବଲପୁର ରେ ମୋଟ ୮ କୋଟି ୪୦ ଲକ୍ଷ ରେ ୨୪ଟି ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ସମ୍ବଲପୁର:ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ୪୭୧ ଟି ନୂତନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଅନ୍ତ୍ୟୋଦୋୟ ଗୃହ ଯୋଜନାର ତୃତୀୟ ପର୍ଯ୍ୟାୟରେ ୪୮,୬୯୩ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ ନିମନ୍ତେ ପ୍ରଥମ କିସ୍ତି ଅର୍ଥ ରାଶି ପ୍(ନୂଆପଡ଼ା ଓ କଳାହାଣ୍ଡି ବ୍ୟତୀତ ଅନ୍ୟ ୨୮ ଟି ଜିଲ୍ଲାରେ)ପ୍ରଦାନ କରାଯାଇଛି।ଏଥିରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ମଧ୍ୟ ଯୋଗ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ରେ ସମସ୍ତ ପଞ୍ଚାୟତରେ ନୂତନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ସିଧା ସଳଖ ପ୍ରସାରଣ କରାଯାଇଥିଲା।

ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲାରେ ୨୪ ଟି ନୂତନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ବାମରା ବ୍ଲକ୍ ର ବାବୁନିକ୍ତିମାଲ ଗ୍ରାମ ପଞ୍ଚାୟତ, ଜୋରବଗା ଗ୍ରାମ ପଞ୍ଚାୟତ , ମହୁଲପାଲି ଗ୍ରାମ ପଞ୍ଚାୟତ, ଗଡପୋସ ଗ୍ରାମ ପଞ୍ଚାୟତ, ଜମନକିରା ବ୍ଲକ୍ ର ଜମନକିରା ଗ୍ରାମ ପଞ୍ଚାୟତ, ଟିକ୍ଲିପଡା ଗ୍ରାମ ପଞ୍ଚାୟତ, ରେଙ୍ଗାଲି ବ୍ଲକ୍ ର ଖିଣ୍ଡା ଗ୍ରାମ ପଞ୍ଚାୟତ, ଲଇଡ଼ା ଗ୍ରାମ ପଞ୍ଚାୟତ, ଲପଙ୍ଗା ଗ୍ରାମ ପଞ୍ଚାୟତ, ଧନକଉଡ଼ା ବ୍ଲକ୍ ର ଶାସନ ଗ୍ରାମ ପଞ୍ଚାୟତ, କଳାମାଟି ଗ୍ରାମ ପଞ୍ଚାୟତ, ରେଢ଼ାଖୋଲ ବ୍ଲକ୍ ର ବଡ଼ମାଲ ଗ୍ରାମ ପଞ୍ଚାୟତ, ବନସାଜଲ୍ ଗ୍ରାମ ପଞ୍ଚାୟତ, ନାକଟିଦେଉଳ ବ୍ଲକ୍ ର ବାଲାମ ଗ୍ରାମ ପଞ୍ଚାୟତ,ବାଟଗାଁ ଗ୍ରାମ ପଞ୍ଚାୟତ, ଗିରିଶଚନ୍ଦ୍ରପୂର୍ ଗ୍ରାମ ପଞ୍ଚାୟତ, ଯୁଯୁମୁରା ବ୍ଲକର ବାହାମ ଗ୍ରାମ ପଞ୍ଚାୟତ, ଗଡ଼ଲୋଇସିଂ ଗ୍ରାମ ପଞ୍ଚାୟତ, କୁଚିଣ୍ଡା ବ୍ଲକ ର ଖଣ୍ଡୋକଟା ଗ୍ରାମ ପଞ୍ଚାୟତ, ବାଙ୍କେ ଗ୍ରାମ ପଞ୍ଚାୟତ, କୁନ୍ତରା ଗ୍ରାମ ପଞ୍ଚାୟତ, କୁସୁମୀ ଗ୍ରାମ ପଞ୍ଚାୟତ, ଟାଇଁସର ଗ୍ରାମ ପଞ୍ଚାୟତ ରେ ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ର ଭିତ୍ତିପ୍ରସ୍ତର ହୋଇଛି। ପ୍ରତ୍ୟେକ କାର୍ଯ୍ୟାଳୟ ୩୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି।

ଅନ୍ତ୍ୟୋଦୋୟ ଗୃହ ଯୋଜନା ଅଧୀନରେ ବାମରା ବ୍ଲକ୍ ରେ ୧୩୦, ଧନକଉଡ଼ା ବ୍ଲକ୍ ରେ ୬୪ , ଜମନକିରା ବ୍ଲକ୍ ର ୨୮୨, ଯୁଯୁମୁରା ବ୍ଲକ ର ୧୯୨, କୁଚିଣ୍ଡା ବ୍ଲକ ର ୧୫୯, ମାନେଶ୍ୱର ବ୍ଲକ୍ ର ୧୨୪, ନାକଟିଦେଉଳ ବ୍ଲକ୍ ର ୨୦୭, ରେଢ଼ାଖୋଲ ବ୍ଲକ୍ ର ୨୭୭, ରେଙ୍ଗାଲି ବ୍ଲକ୍ ର ୧୫୭ ଜନ ହିତାଧିକାରୀଙ୍କୁ ଗୃହ ନିର୍ମାଣ ନିମନ୍ତେ ପ୍ରଥମ କିସ୍ତି ଅର୍ଥ ୪୦,୦୦୦ ରାଶି ପ୍ରଦାନ କରାଯାଇଥିଲା।

ଶ୍ରୀ ସଙ୍କୀର୍ତ୍ତନ କିଷାନ (କୁସୁମୀ ସରପଞ୍ଚ), ଆଭାସୀ ମାଧ୍ୟମରେ କୁଚିଣ୍ଡା ରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ବାର୍ତ୍ତାଳାପ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଓସ୍ୱାନ ହଲ ରେ ଉପସ୍ଥିତ ରହି ଆଭାଷୀ ମାଧ୍ୟମରେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ