ବିଜେପିରେ ଯୋଗ ଦେଲେ କଂଗ୍ରେସ ନେତା ସ୍ୱର୍ଗତଃ ପ୍ରେମ କୁମାର ଆଜାଦଙ୍କ ଝିଅ ଶିଖା ଆଜାଦ

ସମ୍ବଲପୁର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ିଚାଲିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ଗଠନ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୂରଣ କରିବା ପାଇଁ ବିଜେପିରେ ନୂତନ କାର୍ଯ୍ୟକର୍ତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି। ଘଟଣା କ୍ରମରେ ଆଉ ଗୋଟିଏ ନଜିର ଆସିଛି ନୂଆପଡା ରୁ।ଦିବଂଗତ ନେତା ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ତାଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ଗତ ୧୧ ତାରିଖ ଦିନ ବିଧିବିଦ୍ଧ ଭାବେ ବିଜେପିରେ ଯୋଗଦେବା ପରେ ଶନିବାର ନୂଆପଡା ଜିଲ୍ଲାର ବରିଷ୍ଠ ଓ ପୁରୁଖା କଂଗ୍ରେସ ନେତା ତଥା ବିଧାୟକ ପ୍ରାର୍ଥୀ ସ୍ୱର୍ଗତଃ ପ୍ରେମ କୁମାର ଆଜାଦଙ୍କ ସୁକନ୍ୟା ଶ୍ରୀମତୀ ଶିଖା ଆଜାଦ ଆନୁଷ୍ଠନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ ଦଳୀୟ ଟୋପି ଓ ଉତ୍ତରୀୟ ପିନ୍ଧାଇ ଶ୍ରୀମତି ଆଜାଦଙ୍କୁ ସ୍ୱାଗତ ଜଣାଇଛନ୍ତି । ନୂଆପଡା ଉପନିର୍ବାଚନ ପୂର୍ବରୁ ଶ୍ରୀମତୀ ଆଜାଦଙ୍କ ଯୋଗଦାନ ଦ୍ୱାରା ଭାରତୀୟ ଜନତା ପାର୍ଟି ଆହୁରି ଅଧିକ ଶକ୍ତିଶାଳୀ ହୋଇଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛି । କଂଗ୍ରେସ ଦଳ ଉପରୁ ନୂଆପଡାବାସୀ ଆସ୍ଥା ହରାଇ ବସିଛନ୍ତି । ଚଳିିତ ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିପୁଳ ସଂଖ୍ୟାରେ ଭୋଟ ପାଇ ଜୟଯୁକ୍ତ ହେବେ ବୋଲି ଶ୍ରୀମତୀ ଆଜାଦ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ଅବସରରେ ଶ୍ରୀମତୀ ଅମ୍ବିକା ହେମ୍ବ୍ରମ ମଧ୍ୟ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।