Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ଦୁର୍ନୀତି ନିବାରଣ ସପ୍ତାହ –୨୦୨୫ ପାଇଁ ପ୍ରସ୍ତୁତି ଆରମ୍ଭ

ସମ୍ବଲପୁର: ଜିଲ୍ଲାରେ “ଦୁର୍ନୀତି ନିବାରଣ ସପ୍ତାହ–୨୦୨୫ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସପ୍ତାହ ୨୭ ଅକ୍ଟୋବରରୁ ୦୨ ନଭେମ୍ବର ପର୍ଯ୍ୟନ୍ତ ପାଳନ କରାଯିବ। ଏବର୍ଷର ଥିମ୍ ହେଉଛି “ ଦୁର୍ନୀତି ନିବାରଣ– ଆମର ସମୂହିକ ଦାୟିତ୍ୱ ”।

ଏହା ସମ୍ବନ୍ଧରେ ଏକ ପ୍ରସ୍ତୁତି ସଭା ଗୁରୁବାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା, ଯେଉଁଠାରେ ପୁଲିସ ଅଧିକ୍ଷକ (ଭିଜିଲାନ୍ସ) ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀ , ସିଡିଓ–କମ୍–ଇଓ, ଜିଲ୍ଲା ପରିଷଦ ପ୍ରସନ୍ନ ପାତ୍ର ଓ ଜିଲ୍ଲା ସ୍ତର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

ସଭାରେ ଜିଲ୍ଲା ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ମାଧ୍ୟମରେ ନିଷ୍ଠା, ପାରଦର୍ଶିତା ଓ ଦାୟିତ୍ୱବୋଧ ବୃଦ୍ଧି ପାଇଁ ଆଲୋଚନା କରାଯାଇଥିଲା। ୨୭ ଅକ୍ଟୋବର ସମସ୍ତ ସରକାରୀ କାର୍ଯ୍ୟାଳୟରେ ନିଷ୍ଠା ସପଥ ଗ୍ରହଣ କରାଯିବ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକ୍ତୃତା , କୁଇଜ, ଚିତ୍ରାଙ୍କନ, କ୍ୟାପସନ ସହ କାର୍ଟୁନ, ଲେଖନ ପ୍ରତିଯୋଗିତା ଆୟୋଜିତ ହେବ, ଜନସାଧାରଣଙ୍କ ମଧ୍ୟରେ ସଚେତନତା ପ୍ରସାର ପାଇଁ ରାଲି କରାଯିବ, ଏହାସହିତ ନାଟକ (ଷ୍ଟ୍ରିଟ୍‌ ପ୍ଲେ) ମାଧ୍ୟମରେ ସତର୍କତାର ସନ୍ଦେଶ ପ୍ରସାରିତ ମଧ୍ୟ କରିବା ପାଇଁ ନିର୍ଦ୍ଦାରଣ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ