Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଢି ଚାଲିଛି ହାତୀ ବିତ୍ପାତ: ବଲଣ୍ଡାରେ ଜଣେ ମୃତ

ସମ୍ବଲପୁର: ପଡିଆବାହାଲ ଫରେଷ୍ଟ ରେଞ୍ଚରେ ବଢିଚାଲିଛି ହାତୀ ବିତ୍ପାତ। ଏହି ଅଞ୍ଚଳରେ ହାତୀ ଘର କରି ରହି ସାରିବାପରେବି ଚେତିନି ଜଗଳ ବିଭାଗ। ଫଳରେ ହାତୀ ବିତ୍ପାତରେ ଧନ ଜୀବନ ନଷ୍ଟ ହେବା ବଢି ଚାଲିଛି ଅଞ୍ଚଳରେ । ଆଜି ହାତୀ ଆକ୍ରମଣରେ ଜଣେ ୬୫ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଘଟଣା ଘଟିଛି ନୁଆଁବରଙ୍ଗାମାଲ ଗ୍ରାମର ବଲଣ୍ଡା ଗ୍ରାମରେ। ଗ୍ରାମର ନିରଞ୍ଜନ ପ୍ରଧାନ ସକାଳ ୮ ଟାରେ ପତ୍ର ତୋଲିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଗ୍ରାମବାସୀ କିଛି ଅଘଟନ ଆଶଙ୍କା କରି ଦିନ ୧୨ଟାରେ ମିଳିତ ଭାବେ ନିକଟସ୍ଥ ଜଙ୍ଗଳକୁ ଖୋଜିବାକୁ ଯିବା ବେଳେ ହରକୁମୁଡା ଜଙ୍ଗଲର ଚ୍ୟାକଡ୍ୟାମ ପାଖରେ ମରି ପଡିଥବା ନିରଞ୍ଜନଙ୍କ ମୃତ ଶରୀର ଠାବ କରିଥିଲେ । ଏହାପରେ ସ୍ଥାନୀୟ ଯୁଯୋମୁରା ପୁଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିବା ସହିତ ଏହା ହାତୀ ଆକ୍ରମଣ ଜନିତ ମୃତ୍ୟୁ ବୋଲି ପ୍ରାଥମିକ ତଦନ୍ତରୁ ଜାଣିବା ପରେ ଜଙ୍ଗଲ ବିଭାଗର ମିଳିତ କ୍ରମେ ଶବ ଜବତ କରି ସନ୍ଦ୍ୟା ୭ ଟାରେ ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଛନ୍ତି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବା ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର ପରେ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ସୂତ୍ରରୁ କୁହାଯାଇଛି।
ଏଠାରେ ସୂଚନା ଯୋଗ୍ୟଯେ ପଡିଆବାହାଲ ରେଞ୍ଚର ମାଲିମୁଣ୍ଡା,ବାହାମ,ବଡତୁରାଙ୍ଗ ହାତୀଙ୍କ ବସାଘର ସାଜିଛି । ଏହି ଅଞ୍ଚଳରେ ହାତୀଙ୍କ ଦ୍ୱାରା ବାରମ୍ବାର ମୂଲ୍ୟବାନ ଫସଲ ନଷ୍ଟ ହେଉଥିଲେବି ଏହାର ପ୍ରତିକାର ବ୍ୟବସ୍ଥା ନେଇ ଚେତିନି ଜଙ୍ଗଳ ବିଭାଗ। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେବା ସହିତ ସ୍ଥାନୀୟ ରେଞ୍ଜରଙ୍କୁ ବଡତୁରାଙ୍ଗ ଗ୍ରାମବାସୀ ଲିଖିତ ଜଣାଇବା ସତ୍ତ୍ୱେ ହାତ ବାନ୍ଧି ବସିଛି ବିଭାଗ। ଗତ ନିକଟରେ ବଡତୁରାଙ୍ଗ ଗ୍ରାମରେ ନିଜ ଉପସ୍ଥିତ ବୁଦ୍ଧି ପାଇଁ ଜଣେ ଅଳ୍ପକେ ବର୍ତ୍ତି ଯାଇଥିଲେ ବି ତା ସାଇକେଲକୁ ଛାଡିନଥିଲା ହାତୀ । ଲୋକଟି ହାତୀ ହାବୁଡରୁ ରକ୍ଷା ପାଇବା ପାଇଁ ସାଇକେଲରୁ ଡେଇଁ କେନାଲକୁ ଡେଇଁ ପଡିଥିବା ବେଳେ ସାଇକେଲକୁ ହାତୀ କେନାଲ ଭିତରକୁ ଫିଙ୍ଗି ଦେଇଥିବା ଭଳି ହୃଦୟସ୍ୱର୍ଶୀ ଘଟଣା ଅଞ୍ଚଳରେ ଚର୍ଚାର ବିଷୟ ସାଉଁଟିଛି ।