Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋହନ ଦାଦା ଗୀତରେ କମ୍ପୁଛି ନୂଆପଡା ଗାଁ ଦାଣ୍ଡ, ହାଟ ବଜାର

ନୂଆପଡା:ନୂଆପଡାରେ ସୁର ସଂଗୀତର ଜମିଛି ବେଶ ଆସର। ମୋହନ ଦାଦା ଗୀତରେ କମ୍ପୁଛି ନୂଆପଡା ବଡଦାଣ୍ଡରୁ କୋମନା, ଖରିଆର, ସିନାପାଲି ଓ ବୋଡେ଼ନ ବ୍ଲକର ଗଳି କନ୍ଦିରୁ ହାଟ ବଜାର।

ନୂଆପଡା କୁ ନୁଆଁ ରୂପରେ ସଜାଇ ଦେବ ଆମ ମୋହନ ଦାଦା। କରିଛି ପଣ ରଖିବ ଟାଣ। ମୋହନ ଦାଦା ୱେଲକମ – ସ୍ୱାଗତମ ସବୁରି ମୁହଁରେ ଏ ଗୋଟିଏ ଗୀତ। ଚା ଖଟିରୁ ଭାଗବତ ଟୁଙ୍ଗି, ବନ୍ଧ ଘାଟରୁ ଖେଳ ପଡିଆ ସବୁଠି ଗୋଟିଏ ଚର୍ଚ୍ଚା ମୋହନ ଦାଦା ୱେଲକମ, ସ୍ୱାଗତମ। ମୋହନ ଦାଦା ପରି ଆଉ କିଏରେ ଗୁମୁନା, ସିନାପାଲି ହେଲା ଏନଏସି, ଖରିଆର ରୋଡ଼ ହେଲା ମ୍ୟୁନିସିପାଲଟି ଗୀତରେ ଲୋକଙ୍କ ମୁଖ୍ୟମନ୍ତ୍ରୀକୁ ଖୋଜୁଛି ନୂଆପଡା। ସାରା ନିର୍ବାଚନ ମଣ୍ଡଳୀରେ ମୋହନ ଦାଦା ଗୀତରେ କେବଳ କମ୍ପୁନି ନୂଆପଡା ବରଂ ୱେଲକମ ସ୍ୱାଗତମରେ ଭିଡ଼ ଜମୁଛି ଛକ ଛକରେ। ବିଜେପି ପ୍ରତି ବଢୁଛି ଲୋକପ୍ରିୟତା। ମୋହନ ଦାଦା ଗୀତରେ ଝୁମୁଛି ନୂଆପଡା। ସତେ ଯେମିତି ନୂଆପଡାକୁ ନୁଆଁ ରୂପରେ ସଜାଇଦେବେ ମୋହନ ସରକାର। ସେଥିପାଇଁ ଆବାଳ ବୃଦ୍ଧ ବନିତାଙ୍କ ମନରେ ବାନ୍ଧିଛି ନୁଆଁ ଉତ୍ସାହ। ସବୁରି ମୁହଁରେ ମୋହନ ଦାଦା। ଏହି ଲୋକ ପ୍ରିୟ ଗୀତ ଏବେ ବାଲଟିକ୍ରି ଠାରୁ ଆରମ୍ଭ କରି ପାତାଳଗଙ୍ଗା, ବନ୍ଦବାହାଲି ଯାଏ ବ୍ୟାପି ଯାଇଥିବାରୁ ଗୀତର ଗଣିତ ଗୋଟିଏ ସ୍ୱରର ଗୋଟିଏ ଲୟ ଆଡକୁ ଗତି କରି ନୁଆଁ ସମୀକରଣର ବାଟ ଦେଖାଉଛି, ଏହା ନିର୍ବାଚନ ପରେ ସ୍ପଷ୍ଟ ହୋଇଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ