ବଂସରା କଲ୍ୟାଣ ଆଶ୍ରମରେ ଅନାଥ ଶିଶୁ ଓ ମା ମାନଙ୍କ ଶୈକ୍ଷିକ କର୍ମଶାଳା
ସମ୍ବଲପୁର:ଵରଗାଁ ନିକଟସ୍ଥ ବଂସରା କଲ୍ୟାଣ ଆଶ୍ରମ ଠାରେ ସମ୍ପ୍ରତି ପଞ୍ଚମ ମାସ ଶୈକ୍ଷିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ସାମୁହିକ ପ୍ରାର୍ଥନା ପରେ ନୈତିକ ଶିକ୍ଷା ଆଧାରରେ ଗତ ମାସ ର ଶିକ୍ଷାଦାନ ଉପରେ ଆଲୋଚନା ହୋଇଥିଲା,ଶିକ୍ଷାବିଦ ରାଜେନ୍ଦ୍ର ପଣ୍ଡା ଅଧିବେଶନ ଆରମ୍ଭକରି ପିଲାଙ୍କୁ ଗପ କହିବାର କୌଶଳ ଉପରେ ଶିକ୍ଷାଦାନ କରି ଆଗାମୀ ଦିନ ସମସ୍ତେ ଗପ ପଢ଼ି ତାକୁ ସାଙ୍ଗ ସାଥି ଙ୍କୁ ଘରେ କିମ୍ବା ସ୍କୁଲ ରେ କହିବାକୁ ପ୍ରୋତ୍ସାହିତ କରିଥିଲେ।ଆମେରିକା ର ପ୍ରବାସୀ ଶ୍ରୀ ଅଜିତ କୁମାର ବେହେରା ପିଲାମାନଙ୍କୁ ଆମେରିକା ର ସ୍କୁଲ ଓ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ।ସମସ୍ତେ ପରିବାର ଶରୀର ର ଯତ୍ନ ଓ ପରିଷ୍କାର ପରିଚ୍ଛନ୍ନତା ତଥା ଆଚରଣ ଶୃଙ୍ଖଳା ଓ ସକରାତ୍ମକ ଚିନ୍ତାଧାରା ନେଇ କାମ କରବାକୁ , ପ୍ରୋଫେସର ସଚ୍ଚିନ୍ଦ୍ର କୁମାର ମିଶ୍ର, ଆଶ୍ରମ ର ସଭାପତି ରାହସ ବିହାରୀ ପଣ୍ଡା ପ୍ରମୁଖ ବିଭିନ୍ନ ଦିଗ ଉପରେ ପିଲ୍ଲାଙ୍କ ସହ ଆଲୋଚନା କରିଥିଲେ। କର୍ମଶାଳା ରେ ଦଶ ଜଣ ବାପ ଛେଉଣ୍ଡ ଝିଅ ଓ ଦୁଇଜଣ ପୁଅ ନିଜ ନିଜ ମା ମାନଙ୍କ ସହ ଉପସ୍ଥିତ ଥିଲେ।ମା ମାନେ ଘରେ ପିଲାଙ୍କ ପାଠପଢା ଦେଖିବା ସହ ସଂସ୍କାର କିପରି ଦେବେ ସେ ବିଷୟ ରେ କାର୍ଯ୍ୟକ୍ରମ ର ଉଦ୍ୟୋକ୍ତା ଇ,ବିଭୁତି ନାରାୟଣ ମାଝୀ, ପିଲାଙ୍କୁ ବୁଝେଇ ଏ ଦିଗ ରେ ମା’ ନେ ଧ୍ୟାନ ଦେବାକୁ କହିଥିଲେ।ଏହି ଅବସରରେ ଆୟୋଜକ ମାନଙ୍କ ତରଫରୁ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ସ୍କୁଲ ବେଗ,ଖାତା ,ଓ କଲମ ବଣ୍ଟନ କରାଯାଇଥିଲା। ଜାତୀୟ ସଙ୍ଗୀତ ଓ,ହନୁମାନ ଭଜନ ସହ ପ୍ରସାଦ ସେବନ ପରେ କାର୍ଯ୍ୟକ୍ରମ ର ସମାପ୍ତି ଘଟିଛି,ସୀତା ରାମ ଷଡ଼ଙ୍ଗୀ ,କାର୍ଯ୍ୟକ୍ରମରେ ଦୟାରାମ ବାଦୀ ପ୍ରମୁଖ କର୍ୟ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ଆରମ୍ଭରୁ କବି ସ୍ବର୍ଗତ ରାଜେନ୍ଦ୍ର କିଶୋର ପଣ୍ଡା ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଏହି ଶୈକ୍ଷିକ କର୍ମଶାଳା ପ୍ରତ୍ୟେକ ମାସ ଶେଷ ରବିବାର ଦିନ ଅନୁଷ୍ଠିତ ହୋଇ ଆସୁଅଛି।

