ମୋଦି ସୁନ୍ଦର; ମୋଦିଙ୍କୁ ନେଇ କାହିଁକି ଏପରି କହିଲେ ଟ୍ରମ୍ପ…
ନୂଆଦିଲ୍ଲୀ: କାଲି ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଭାରତ ଉପରେ ଟାରିଫ ଉପରେ ଟାରିଫ ଲଗାଇବାରୁ ଥକୁନଥିଲେ | କିନ୍ତୁ ଆଜି ଟ୍ରମ୍ପଙ୍କ ସ୍ୱର ଏବଂ ବ୍ୟବହାରରେ ପରିବର୍ତନ ଆସିଛି | ସେ କେତେବେଳେ କଣ କରୁଛନ୍ତି ଏବଂ କଣ କହୁଛନ୍ତି ତାହା ଅନୁମାନ କରିବା ମୁସ୍କିଲ | ନିକଟ ଅତୀତରେ ସେ APEC ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଦକ୍ଷିଣ କୋରିଆକୁ ଯାଇଥିଲେ | ସେ ମଞ୍ଚ ଉପରେ ଠିଆ ହୋଇ ଭାଷଣ ଦେଲା ବେଳେ ସେ ଭାରତର ପ୍ରଶଂସା ମଧ୍ୟ କରିଥିଲେ | ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ସୁନ୍ଦର ବ୍ୟକ୍ତି କିନ୍ତୁ ବହୁତ କଠୋର ମନୋଭାବର ମଣିଷ ଭାବେ ବିବେଚନା କରିଥିଲେ |
ସେ ଦାବି କରୁଛନ୍ତି ଯେ ଭାରତ ଏବଂ ଆମେରିକା ମଧ୍ୟରେ ଏକ ଚୁକ୍ତି ହେବାକୁ ଯାଉଛି। କିଛି ଦିନ ପୂର୍ବେ ସେ ଏହା ମଧ୍ୟ ଦାବି କରିଥିଲେ ଯେ ଭାରତ ସହ ସେ ଫୋନକଲରେ କଥା ହୋଇଥିଲେ ଏବଂ ଭାରତର ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରତିଶୃତି ଦେଇଥିଲେ ଯେ ଭାରତ ରୁଷିଆଠାରୁ ତେଲ କିଣିବା ହ୍ରାସ କରିବ। ଯାହାକି ସମ୍ପୂର୍ଣ ଭାବରେ ମିଛ ପ୍ରମାଣିତ ହେଲା | ଦକ୍ଷିଣ କୋରିଆରେ ଭାଷଣ ପରେ ସେ ନିଜର ପ୍ରଶଂସା କରିବାକୁ ଭୁଲି ନାହାନ୍ତି | ସେ କହିଛନ୍ତି ଯେ, ଆମେରିକାର ହସ୍ତକ୍ଷେପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଯୁଦ୍ଧକୁ ମଧ୍ୟ ସେ ରୋକିଛନ୍ତି | ଏବଂ ସେହି ଜଟିଳ ପରିସ୍ଥିତିରେ ଉଭୟ ଭାରତ ଏବଂ ପାକିସ୍ତାନ ସହିତ ନିରନ୍ତର ଭାବରେ ଯୋଗାଯୋଗ ରଖିଥିଲେ | ଯେପରି ଯୁଦ୍ଧର ଆଶଙ୍କା ସୃଷ୍ଟି ନ ହୁଏ ସେହିପରି ପ୍ରୟାସ ସେ ଜାରି ରଖିଥିଲେ | ସେ ସବୁ ଶ୍ରେୟ ନିଜ ଉପରକୁ ନେଇଛନ୍ତି |
ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି କରିବେ ବୋଲି କହିଛନ୍ତି | କିନ୍ତୁ ଏହି କଥାରେ କେତେଦୂର ସତ୍ୟତା ଅଛି ତାହା ଆଗାମୀ ଭବିଷ୍ୟତରେ ଜଣାପଡ଼ିବାକୁ ବାକି ଅଛି |

