୨୧ ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଅଭିଯୁକ୍ତ ଗିରଫ
ସମ୍ବଲପୁର:ରେଢ଼ାଖୋଲ ପୋଲିସ ପକ୍ଷରୁ ମୋବାଇଲ ଚୋରି ଅଭିଯୋଗ ରେ ରେଢ଼ାଖୋଲ ର ରଥତଇଳ ଗ୍ରାମର ରାମଚନ୍ଦ୍ର ବନ୍ଦ୍ରା କୁ ଗିରିଫ କରି କୋର୍ଟ ଚାଲାଣ କରାଯାଇଛି।ଅଭିଯୁକ୍ତ ଙ୍କ ପାଖରୁ ବିଭିନ୍ନ କମ୍ପାନୀ ର ୨୧ ଟି ମୋବାଇଲ ଫୋନ, ଚାର୍ଜର ଓ ୨ଟି ବ୍ୟାଗ ଜବତ କରିଛି ପୋଲିସ।
ସୂଚନାଯୋଗ୍ୟ ଯେ, ଗତ ମଇ ୧ ତାରିଖ ଦିନ ହରିଜନ ପଡା ର ହିମାଂଶୁ ବାଗ ରେଢ଼ାଖୋଲ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ଯେ, ମେଡିକାଲ ଛକ ପାଖରେ ଥିବା ତାଙ୍କର ମୋବାଇଲ ଦୋକାନ ରୁ ଆଜବେଷ୍ଟସ ଭାଙ୍ଗି ଦୋକାନ ରେ ପଶି ମୋବାଇଲ ଫୋନ ଓ ଡେ଼କ୍ସଟପ ଚୋରି କରି ନେଇଛି।
ଏଥି ସହ ଅନ୍ୟ ଏକ କେସ ରେ ରେଢ଼ାଖୋଲ, ନୁଆସାହି ର ମନମୋହନ ବେହେରା ଗତ ସେପ୍ଟେମ୍ବର ୭ ତାରିଖ ଦିନ ଅଭିଯୋଗ କରିଥିଲେ ଛଅ ତାରିଖ ରାତିରେ କୌଣସି ଦୁର୍ବୁତ୍ତ ବସଷ୍ଟାଣ୍ଡ ପାଖରେ ଥିବା ମୋବାଇଲ ଦୋକାନରୁ ୩o ଟି ବିଭିନ୍ନ କମ୍ପାନୀ ର ମୋବାଇଲ ଫୋନ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିନେଇଛି l ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ l
ଏହି ଅଭିଯୋଗ ଆସିଲା ପରେ ରେଢ଼ାଖୋଲ ପୋଲିସ ଦ୍ୱାରା ତଦନ୍ତ କରି ଗତକାଲି ଅଭିଯୁକ୍ତ ରାମ ଚନ୍ଦ୍ର ବନ୍ଦ୍ରା କୁ ଗିରଫ କରିଛି l ଅଭିଯୁକ୍ତଙ୍କୁ ପଚରା ଉଚୁରା ପରେ ଅଭିଯୁକ୍ତ ମଧ୍ୟ ଚୋରି କରିଥିବା ସ୍ୱୀକାର କରିଛି ବୋଲି ପୋଲିସ ସୂଚନା ଦେଇଛି।

