ସମ୍ବଲପୁର ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ
ଦୁର୍ନୀତି ଶାସନ ବ୍ୟବସ୍ଥା ଓ ମୂଳଦୁଆ କୁ ଦୁର୍ବଳ କରିଦିଏ
ଦୁର୍ନୀତି ରୋକିବାକୁ ସମସ୍ତେ ନେଲେ ଶପଥ
ସମ୍ବଲପୁର:ଚଳିତ ବର୍ଷ ଅକ୍ଟୋବର ୨୭ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପଞ୍ଚାୟତ, ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ପାଳନ କରାଯାଉଛି। ଏହି ପରିପ୍ରେଖି ରେ ଆଜି ପୂର୍ବାହ୍ନ ରେ ତପସ୍ଵିନୀ ପ୍ରେକ୍ଷାଳୟ ଠାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ସମାରୋହ ଦୁର୍ନୀତି ନିବାରଣ ନିମନ୍ତେ ସଚେତନ କରାଇବା ପାଇଁ ଜିଲ୍ଲା ପ୍ରସାଶନ ଏବଂ ଭିଜିଲାନ୍ସ ବିଭାଗ ର ମିଳିତ ସହଯୋଗ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳୀରାମ ବୋନ୍ଦର (ଭା.ପ୍ର.ସେ), ସମ୍ବଲପୁର ଆରକ୍ଷୀ ଅଧିକ୍ଷକ, ସମ୍ବଲପୁର ମୁକେଶ ଭାମୁ(ଭା.ପୋ.ସେ), ସମ୍ବଲପୁର ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ଆଇନ ବିଭାଗ (ପିଜି ଲ) ସହାୟକ ଅଧ୍ୟକ୍ଷ ଡ. ପ୍ରୟାସ ଦନସନା, ସମ୍ବଲପୁର ଖଣ୍ଡ ର ଦୁର୍ନୀତି ନିବାରଣ ବିଭାଗ ର ଏସପି ପ୍ରଦ୍ଯୁମ୍ନ କୁମାର ଦିବେଦୀ , ଆଇ.ଏ.ଏସ ପ୍ରୋବେସନାରୀ ଶୁଭ୍ରା ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ।
ଜିଲ୍ଲାପାଳ ସମ୍ବଲପୁର, ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଲନ ସମାରୋହ ରେ ଯୋଗ ଦେଇ ଦୁର୍ନୀତି ର ମୂଳୋତ୍ପାଟନ କରିବା ପାଇଁ ହେଲେ ଆମକୁ ସଚ୍ଚୋଟ ଓ ସତ୍ୟନିଷ୍ଠ ହେବାକୁ ପଡିବ ବୋଲି କହିଥିଲେ।ଦୁର୍ନୀତି ବିରୋଧରେ ଲଢ଼ିବା କେବଳ ଆମ ପ୍ରଶାସନ ର ଏକ କର୍ତ୍ତବ୍ୟ ନୁହେଁ, ଏହା ଆମ ସମସ୍ତଙ୍କ ନୈତିକ ଦାୟିତ୍ଵ।ଦୁର୍ନୀତି ଯୋଗୁ ସାଧାରଣ ଲୋକଙ୍କ ବିଶ୍ୱାସ ଆମ ବ୍ୟବସ୍ଥା ଉପରେ ଭାଙ୍ଗି ଯାଏ, ଆମ ଶାସନ ର ମୂଳଦୁଆ କୁ ଦୁର୍ବଳ କରି ଦିଏ।ତେଣୁ ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କୁ ଦୁର୍ନୀତି ରୁ ଦୂରେଇ ରହି ସଚ୍ଚୋଟତା ର ସହ ଲୋକ ଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ।
ମୁଖ୍ୟ ବକ୍ତା ଭାବେ ସମ୍ବଲପୁର ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ଆଇନ ବିଭାଗ (ପିଜି ଲ) ସହାୟକ ଅଧ୍ୟକ୍ଷ ଡ. ପ୍ରୟାସ ଦନସନା ଯୋଗ ଦେଇ ଦେଶ କୁ ଚଳେଇବା ପାଇଁ କିଛି ଲୋକ ଙ୍କୁ ପାୱାର ଦିଆଯାଇଛି କିନ୍ତୁ ସେହି ପାୱାର କୁ କେମିତି ମିନିଟର କରିବା ତାହା ଆମ ଉପରେ ନିର୍ଭର କରେ। ସେଥିଲାଗି ଆମକୁ ଜାଗୃତ ହେବାକୁ ପଡ଼ିବ, ଏହା ବିଶେଷ କରି ଯୁବବର୍ଗ ଙ୍କ ପାଇଁ ବହୁତ ଜରୁରୀ କାରଣ ସେମାନେ ଆମ ଦେଶ ର ଭବିଷ୍ୟତ ବୋଲି ସେ ମତ ବ୍ୟକ୍ତ କରିଥିଲେ। କରପ୍ସନ ପର୍ସେପଶନ ଇଣ୍ଡେକ୍ସ ରେ ଭାରତ ର ରାଙ୍କ ୯୬ ଅଛି ବୋଲି ସୂଚନା ଦେଇଥିଲେ। ଦୁର୍ନୀତି ର ମୂଳୋତ୍ପାଟନ କେବଳ ପ୍ରଶାସନିକ ଅଧିକାରୀ ଙ୍କର ଦାୟିତ୍ଵ ନୁହେଁ, ଏହା ଆମର ଦାୟିତ୍ବ ବୋଲି ସେ ପ୍ରକାଶ କରିଥିଲେ। ଆରଟିଆଇ ଏକ ଏମିତି ସରକାରୀ ବ୍ୟବସ୍ଥା ଯାହା ସାଧାରଣ ଲୋକ ମାନଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା କ୍ଷମତା ପ୍ରଦାନ କରେ।ତେଣୁ ସରକାର ଙ୍କ ଦ୍ଵାରା ପ୍ରଚଳିତ ନିୟମ କାନୁନ ଅଛି ଯାହାକୁ କାଗଜକଲମ ରେ ସୀମିତ ନରଖି ତାହାର ଉଚିତ ସଦୁପଯୋଗ କରିବାକୁ ଡ. ପ୍ରୟାସ ଦନସନା ପରାମର୍ଶ ଦେଇଥିଲେ। ଦୁର୍ନୀତି ର ମୂଳୋତ୍ପାଟନ କରିବା ହେଲେ ସମାଜ ସବୁ କ୍ଷେତ୍ର ରେ ସୁଶାନ ରହିବା ଆବାଶ୍ୟକତା ରହିଛି ବୋଲି କହିଥିଲେ।
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ରେ ମଧ୍ୟ ସ୍କୁଲ ମାନଙ୍କରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ଆଜିର ସଭାରେ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ସମାରୋହ ରେ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଏବଂ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ।

