ରାଜ୍ୟରେ ପ୍ରଥମ ସେମିକଣ୍ଡକ୍ଟ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ସେମିକଣ୍ଡକ୍ଟ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭିସି ମାଧ୍ୟମରେ ଯୋଗଦେଲେ କେନ୍ଦ୍ର ଆଇଟି ତଥା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ଭୁବନେଶ୍ୱର ଇନଫୋ ଭ୍ୟାଲିରେ ବୃହତ ସେମିକଣ୍ଡକ୍ଟର୍ ଫାବ୍ରିକେସନ୍ ୟୁନିଟ୍ (ସିକସେମ୍)ର ଭୂମି ପୂଜନ ହୋଇଛି। ଏଥିପାଇଁ ୨ ହଜାର ୬୭ କୋଟି ଟଙ୍କା ନିବେଶ କରିବ ସଂସ୍ଥା।ଏ ବାବଦରେ ଇଡ଼କୋ ୨୩ ଏକର ଜମି ଯୋଗାଇ ଦେଇଥିବା ବେଳେ ସିକସେମ୍ ୨୦୬୭ କୋଟି ଟଙ୍କା ବିନିଯୋଗ କରିବ ବୋଲି ଜଣାପଡ଼ିଛି। ଫଳରେ ପ୍ରତ୍ୟକ୍ଷ ଭାବେ ହଜାରେରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ଜଣାପଡ଼ିଛି।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସୂଚନା ପ୍ରସାରଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ଭିଡ଼ିଓ କନଫରେନସିକ ଜରିଆରେ ଯୋଡି ହୋଇଥିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କେନ୍ଦ୍ର କ୍ୟାବିନେଟ ଅଗଷ୍ଟ୧୨ ରେ ଓଡ଼ିଶା ପାଇଁ ୪୦୦୯ କୋଟି ଟଙ୍କାର ଦୁଇଟି ପ୍ରମୁଖ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟକୁ ଅନୁମୋଦନ କରିଥିଲେ । ଉଭୟ ପ୍ରକଳ୍ପ କମ୍ପାଉଣ୍ଡ ସେମି କଣ୍ଡକ୍ଟର ଫ୍ୟାବ ଓ ଏ.ଟି.ଏମ୍.ପି କେନ୍ଦ୍ର ଇନଫୋଭ୍ୟାଲିରେ ପ୍ରତିଷ୍ଠା କରାଯିବ।

