ଏନଏମଓ ତରଫ ରୁ ଭୀମସାର ରେ ସେବା ଭାବନା ଜାଗ୍ରତ ସମାବେଶ
        ସମ୍ବଲପୁର:ନେସନାଲ ମେଡିକସ ଅର୍ଗାନାଇଜେସନ (ଏନଏମଓ) ପକ୍ଷରୁ ରାଷ୍ଟ୍ରୀୟ ସଭାପତି ଡକ୍ଟର ଚନ୍ଦ୍ରଭାନୁ ତ୍ରିପାଠି, ଓଡ଼ିଶା-ପଶ୍ଚିମର ଡକ୍ଟର ସଞ୍ଜୀବ କୁମାର ମିଶ୍ର, ଭୀମସାର୍ ର ଡାକ୍ତର ଗୋପେଶ୍ୱରି ହୋତା ଏବଂ ଡାକ୍ତର ସୁଜାତା ପଣ୍ଡା ଉପସ୍ଥିତ ରହି ସେବା ଭାବନା ଜାଗ୍ରତ ଉପରେ ବିଷଦ ଆଲୋଚନା କରିଥିଲେ। ଏଥିରେ ଭୀମସାର ର
ଡାକ୍ତରୀ ଛାତ୍ର ଏବଂ ଅଧ୍ୟାପକମାନେ ଅଂଶଗ୍ରହଣ କରିଥିଲେ। ସଂଗଠନର ଦୃଷ୍ଟିକୋଣ, ମିଶନ ଏବଂ ଚାଲୁଥିବା କାର୍ଯ୍ୟକଳାପ ଉପରେ ଆଲୋକପାତ ହୋଇଥିଲା।
ଡକ୍ଟର ତ୍ରିପାଠି ରାଷ୍ଟ୍ର ନିର୍ମାଣ ଏବଂ ସମାଜ ସେବାରେ ଯୁବ ଡାକ୍ତରଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। କାଶ୍ମୀର କୁ ହେଉ ଥିବା ଋଷି କଶ୍ୟପ ସେବା ଯାତ୍ରା ଏବଂ ପୂର୍ବିତ୍ତର କୁ ହେଉ ଥିବା ଧନୱନ୍ତରୀ ସ୍ବାସ୍ଥ୍ୟ ଯାତ୍ରା ବିସୟରେ ବିସ୍ତାର ରେ କହିଥିଲେ ନନଷ୍ଟିକ ତେଫ୍ଲନ କୋଟ କେମିତି କ୍ୟାନ୍ସର କରୁଛି ଏବଂ ଲୁହା କଢ଼େଇ ର ଉପକାରିତା ବିଷୟରେ କହିଥିଲେ।
ଡକ୍ଟର ମିଶ୍ର ଅନୁଷ୍ଠାନ ର ବିଭିନ୍ନ ସେବା ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ।ଯେଉଁଥିରେ “ସେବା, ସଂସ୍କାର ଏବଂ ସମର୍ପଣ” ପ୍ରତି ଏନଏମଓ ର ପ୍ରତିବଦ୍ଧତାକୁ ଗୁରୁତ୍ୱ ଦିଆଯାଇଥିଲା। ବିଗତ ଦିନରେ ହେଇ ଯାଇ ଥିବା ସ୍ବାସ୍ଥ୍ୟ ଶିବିର ବିଷୟରେ କହିଥିଲେ।
 ଏହି କାର୍ଯ୍ୟକ୍ରମ ଉଦୀୟମାନ ଡାକ୍ତରମାନଙ୍କ ମଧ୍ୟରେ ଜାତୀୟ ଏକତା ଏବଂ ବୃତ୍ତିଗତ ଦାୟିତ୍ୱର ମନୋଭାବକୁ ପ୍ରୋତ୍ସାହିତ କରିଥିଲା। ଅଂଶଗ୍ରହଣକାରୀମାନେ ଜନସ୍ୱାସ୍ଥ୍ୟ ଏବଂ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭାବରେ ଯୋଗଦାନ ଦେବାକୁ ପ୍ରତିଜ୍ଞା ନେଇଥିଲେ।

                        