Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଲି ଦେଖାଦେବ ସୁପରମୁନ୍!

କାଲି ଅର୍ଥାତ୍ ବୁଧବାର ସୁପରମୁନ୍ ଦେଖାଯିବ| ବର୍ଷର ସବୁଠାରୁ ନିକଟତମ ସୁପରମୁନ୍ ବେଳେ କାଲି ରାତିରେ ଚନ୍ଦ୍ର ଟିକେ ବଡ଼ ଏବଂ ଉଜ୍ଜ୍ୱଳ ଦେଖାଯିବ।

ତେବେ ପୃଥିବୀ ଚାରିପାଖରେ ଚନ୍ଦ୍ରର କକ୍ଷପଥ ସମ୍ପୂର୍ଣ୍ଣ ଭାବରେ ଗୋଲ ନଥାଏ ସାମାନ୍ୟ ଭାବରେ ଚେପଟା ଥାଏ | ତେଣୁ ଏହା ଘୂରି ବୁଲୁଥିବା ସମୟରେ ଏହା ନିକଟତର ହୁଏ। ନାସାର ଗବେଷଣା ଅନୁଯାୟୀ, ସୁପରମୁନ୍ ସେତେବେଳେ ଦେଖାଦିଏ ଯେତେବେଳେ ଏକ ପୂର୍ଣ୍ଣଚନ୍ଦ୍ର ତା’ର କକ୍ଷପଥରେ ପୃଥିବୀର ନିକଟତର ହୁଏ। ଏହା ଚନ୍ଦ୍ରକୁ ବର୍ଷର ସବୁଠାରୁ ଦୁର୍ବଳ ଚନ୍ଦ୍ର ଅପେକ୍ଷା ୧୪% ବଡ଼ ଏବଂ ୩୦% ଉଜ୍ଜ୍ୱଳ ଦେଖାଯାଏ |

ନଭେମ୍ବରର ସୁପରମୁନ୍ ହେଉଛି ଏହି ବର୍ଷର ତିନୋଟି ସୁପରମୁନ୍ ମଧ୍ୟରୁ ଦ୍ୱିତୀୟ ଏବଂ ସବୁଠାରୁ ନିକଟତମ। ଯାହା ଚନ୍ଦ୍ର, ପୃଥିବୀର ୨୨୨,୦୦୦ ମାଇଲ୍ (୩୫୭,୦୦୦ କିଲୋମିଟର) କମ୍ ଦୂରତାରେ ଆସିବ।

ଯଦି ଆକାଶ ସ୍ପଷ୍ଟ ରହିବ ତେବେ ସୁପରମୁନ୍ ଦେଖିବା ପାଇଁ କୌଣସି ବିଶେଷ ଉପକରଣର ଆବଶ୍ୟକତା ନାହିଁ। କିନ୍ତୁ ଚନ୍ଦ୍ରର ଆକାରରେ ପରିବର୍ତ୍ତନ ଖାଲି ଆଖିରେ ଚିହ୍ନିବା କଷ୍ଟକର ହୋଇପାରେ। ବର୍ଷକୁ ଆନୁମାନିକ ଭାବରେ ପ୍ରାୟ ୨-୩ ଥର ଏହି ସୁପରମୁନ୍ ଦେଖାଯାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories