Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରମୁଣ୍ଡା ବସ୍ ଟର୍ମିନାଲରେ ମା ଓ ଝିଅକୁ ଦୁଷ୍କର୍ମ ଉଦ୍ୟମ

ଭୁବନେଶ୍ୱର: ଭୁବନେଶ୍ୱରର ବରମୁଣ୍ଡା ବସ୍ ଟର୍ମିନାଲରେ ଜଣେ ମା ଓ ଝିଅକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଭରତପୁର ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲାର ବେଗୁନିପଡ଼ାର ପବିତ୍ର କନହର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ରବିବାର ଦିନ ମହିଳା ଜଣକ ତାଙ୍କ ଝିଅ ସହିତ ବସ୍ ପାଇଁ ଅପେକ୍ଷା କରି କରି ଶୋଇ ପଡ଼ିଥିଲେ। ଏହି ସମୟରେ ସେ ଝିଅକୁ ଅଶ୍ଳୀଳ ବ୍ୟବହାର କରିଥିଲେ ଏବଂ ପରେ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିଲା ବେଳେ ସେ ଉଠିପଡ଼ି ଚିତ୍କାର କରିଥିଲେ।

ପରେ ମହିଳାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତକୁ ଗିରଫ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ