Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମବଙ୍ଗରେ ବିରୋଧୀ ନେତାଙ୍କ ତୀବ୍ର ବିରୋଧ; ଆଜିଠୁ ଆରମ୍ଭ ହେବାକୁ ଯାଉଛି ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା

କୋଲକାତା;୦୪|୧୧: ଆଜିଠୁ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ | ଏହାକୁ ନେଇ ପଶ୍ଚିମବଙ୍ଗରେ ଚାଲିଛି ଜୋରଦାର ପ୍ରସ୍ତୁତି | ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସିର ମହାସଚିବ ଅଭିଷେକ ବାନାର୍ଜୀଙ୍କଠାରୁ ଆରମ୍ଭ କରି ଦଳର ଅନ୍ୟ ନେତା, ମନ୍ତ୍ରୀ ଏସଆଇଆରକୁ ବିରୋଧ କରିଛନ୍ତି। ସେପଟେ ମମତା ବାନାର୍ଜୀ ଆଜି କୋଲକାତାରେ ଏକ ରାଲି କରିଛନ୍ତି ।

ଅନ୍ୟପକ୍ଷରେ, ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଅନୁପ୍ରବେଶକାରୀଙ୍କୁ ବହିଷ୍କାର କରିବା ଦାବିରେ SIR ମାଧ୍ୟମରେ ଉତ୍ତର ୨୪ ପ୍ରଗନା ଜିଲ୍ଲାରେ ଏକ ଶୋଭାଯାତ୍ରା ବାହାର କରିବେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାଇ, ନିର୍ବାଚନ କମିଶନ ନିକଟ ଅତୀତରେ ଘୋଷଣା କରିଥିଲେ ଯେ ଆସନ୍ତା ବର୍ଷ ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସମେତ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ତଥା SIR ଦ୍ବିତୀୟ ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟ ବିହାରରେ ଶେଷ ହୋଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଆଣ୍ଡାମାନ ଏବଂ ନିକୋବର, ଲାକ୍ଷାଦ୍ବୀପ, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ SIR ଆରମ୍ଭ କରାଯାଇଛି। ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ମୋଟ ୫୧ କୋଟି ଭୋଟର ଅଛନ୍ତି। SIRର ଦ୍ବିତୀୟ ପର୍ଯ୍ୟାୟ ଆଜିଠୁ ଡିସେମ୍ବର ୪ ପର୍ଯ୍ୟନ୍ତ ଚାଲିବ। ଡ୍ରାଫ୍ଟ ଭୋଟର ତାଲିକା ଡିସେମ୍ବର ୯ରେ ପ୍ରକାଶିତ ହେବ। ଏହାପରେ ଭୋଟର ତାଲିକା ଫେବୃଆରୀ ୭ରେ ପ୍ରକାଶ ପାଇବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories