Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆପଡା ଏନଏସି ରେ ନିର୍ବାଚନ ପ୍ରଚାର କଲେ ସାରଦା ନାଏକ

ନୂଆପଡା:ନୂଆପଡା ଉପ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ବଢୁଛି ଉଷ୍ମତା।ଅନ୍ୟ ଦଳ ପରି ବିଜେଡି ମଧ୍ୟ ନିର୍ବାଚନ ପ୍ରଚାର କୁ ଜୋରଦାର କରିଛି। ମଙ୍ଗଳବାର ଏନଏସି ୱାର୍ଡ ନ. ୧୩ ,୧୪ ଠାରେ ପ୍ରଚାର ଅଭିଯାନ ଖୁବ ମଜଭୁତ ହୋଇଥିବା ଦେଖିବାକୁ ମିଳିଥିଲା। ରାଉରକେଲା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶାରଦା ନାୟକ ନିର୍ବାଚନ ପ୍ରଚାର କରି ବିଜେଡିର ଲୋକାଭିମୁଖୀ ଯୋଜନା ସବୁକୁ ମନେପକାଇ ଏହାକୁ ବଜାୟ ରଖିବାକୁ ହେଲେ ବିଜେଡି ର ବିଜୟ ଜରୁରୀ। ସେଥିପାଇଁ ଦଳର ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଚୁରିଆଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବାକୁ ସେ ନିବେଦନ କରିଥିଲେ।ଏହି ସମୟରେ ଏମଡି. ଆଦାମ ଭାଇ, ଗିରିଧାରୀ ରଣା, ଏନଏସି କାଉନସିଲର ଜୟନ୍ତୀ ରଣା, ହରେକୃଷ୍ଣ ଷଡ଼ଙ୍ଗୀ ଏବଂ ବିଜୁ ଜନତା ଦଳ କର୍ମୀମାନେ ଯୋଗ ଦେଇ ବିଜୟର ସଂକଳ୍ପ ନେବାକୁ ଅନୁରୋଧ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ