ଖରିଆର ରୋଡ୍ ଏନଏସିର ସବୁ ୱାର୍ଡରେ ବୁଲିଲେ ସ୍ନେହାଙ୍ଗିନୀ, କଲେ ଘନ ଘନ ପ୍ରଚାର
ନୂଆପଡା: ବିଜୁ ଜନତା ଦଳ ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଆଜି ନୂଆପଡା ବିଧାନସଭା ଅଧୀନସ୍ଥ ଖରିଆର ରୋଡ୍ ଏନଏସିର ସମସ୍ତ ୧୯ଟି ୱାର୍ଡରେ ଗ୍ରାମସ୍ତରୀୟ ଅଭିଯାନକୁ ଜୋରଦାର କରିଛନ୍ତି । ପ୍ରଚାର ଅଭିଯାନରେ ସେ ବିଭିନ୍ନ ୱାର୍ଡ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ପରିମଳ, ଜୀବିକା ସୁଯୋଗ, ମୌଳିକ ସୁବିଧା ସମ୍ୱନ୍ଧିତ ବିଭିନ୍ନ ଉନ୍ନୟନମୂଳକ ବିଷୟ ଉପରେ ଚର୍ଚ୍ଚା କରିଥିଲେ । ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ସଶକ୍ତ କରିବା ପାଇଁ ନିଜ ଆଭିମୁଖ୍ୟ ବିଷୟରେ ଅବଗତ କରିଥିଲେ । ସେ ବିଜୁ ଜନତା ଦଳ ସରକାର ଦ୍ୱାରା କରାଯାଇଥିବା ବିଭିନ୍ନ ଉନ୍ନୟନ ଓ କଲ୍ୟାଣମୂଳକ ପଦକ୍ଷେପ କିପରି ଆଗକୁ ଆହୁରି ତ୍ୱରାନ୍ୱିତ ହେବ ତାହା ଉଲ୍ଲେଖ କରିଥିଲେ । ଏହି ଅଭିଯାନ ସମୟରେ ବିଭିନ୍ନ ୱାର୍ଡ ସ୍ଥାନୀୟ ନେତା ଓ ପ୍ରତିନିଧିମାନେ ଶ୍ରୀମତୀ ଛୁରିଆଙ୍କ ସହ ଯୋଗଦେଇ ଅଭିଯାନକୁ ସଫଳ କରିଥିଲେ ।
ଆଜି ବିଜେଡି ପକ୍ଷରୁ ଚନ୍ଦ୍ରକାର କଲୋନି, ବାଙ୍କା ଛକ, ସନ୍ତୋଷୀ ମନ୍ଦିର ଓ ତଳାବପଦା ଦୁର୍ଗା ମଣ୍ଡପ, ଆଇଟିଆଇ ମଙ୍ଗଳା ମନ୍ଦିର, ଆଦିବାସୀ ପଡା, ହାଇସ୍କୁଲ ପଡା, ରିତା କାସ୍ୟପ ଘର, ଏନଏସି ଭବନ, ଦୁର୍ଗା ମଣ୍ଡପ, ରାଜୁ ମହାରାଜ ଘର, ଅନିଲ ତିୱାରୀ ଘର, ସାଇ ମନ୍ଦିର, କବରସ୍ତାନ ଓ ପୋଖରୀ ଠାରେ ପ୍ରଚାର କରିଥିଲେ । ରୋଡ୍ ଶୋ’ ଚତନପଡା, ଶଙ୍କର ମନ୍ଦିର ପଡା, କ୍ରିଷ୍ଟାନ ପଡା, ଗୁରୁ ନାନକ ପବ୍ଲିକ ସ୍କୁଲ, କର୍ମା ଛକ, ଘାସୁ ଘର ଓ ବିଶ୍ୱକର୍ମା ଛକ, ଖୁଟା ଦେବତା, ଆଦମବାଡ଼ା, ଚର୍ଚ୍ଚ, ଅବ୍ଦୁଲ ହାମିଦ ସ୍କୁଲ ଓ ମସ୍ଚିଦ, ଧୋବିପଡା ସ୍କୁଲ ଓ ଶେଷରେ ପିଏଚ୍ଡି ପଡା, ଆଙ୍ଗନବାଡ଼ି ଓ ଚାଲମୁଣ୍ଡା ବସ୍ତିରେ ଅଭିଯାନ କରିଥିଲେ ।

