ବର, ପିପ୍ପଳ ଗଛ କଟାକୁ ନେଇ ଜନସ୍ୱାର୍ଥ ମାମଲା
ସମ୍ବଲପୁର, ୦୬. ୧୧(ରାଜାରାମ ଷଡ଼ଙ୍ଗୀ):ବରଗଛ, ଓସ୍ତ ଗଛ ର ଅନେକ୍ ଔଷଧ ଗୁଣ ରହିଛି l ଏହା ପରିବେଶ ର ଅନେକ ଉପକାର କରିଥାଏ l କିନ୍ତୁ ବିକାଶ ନା ରେ ଏହି ଗଛ ଗୁଡ଼ିକକୁ ମନ ମୁଖୀ କାଟି ଦିଆଯାଉଛି l ଏଭଳି ଗଛର ସୁରକ୍ଷା ପାଇଁ ରୁଜୁ ହୋଇଥିବା ମାମଲା କୁ ହାଇକୋର୍ଟ ଗୁରୁତ୍ଵ ର ସହ ନେଇଛନ୍ତି।
ଏହି ଗଛ କୁ କଟା ନ ଯାଇ କିପରି ସୁରକ୍ଷିତ କରାଯାଇ ପାରିବ ସେ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି l ବୁର୍ଲା ର ଡ. ମମତା ଶୁକ୍ଲା ଏବଂ ଅନ୍ୟ ମାନଙ୍କ ପକ୍ଷରୁ ଆଗତ ମାମଲା ର ଶୁଣାଣି କରି ହାଇ କୋର୍ଟ ର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବଂ ଜଷ୍ଟିସ୍ ଏମ୍ ଏସ୍ ରମଣ ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି l ମାମଲା ର ଶୁଣାଣୀ ଆଜି ନଭେମ୍ବର ୬ କୁ ଧାର୍ଯ୍ୟ ହୋଇଛି।
ଆବେଦନ କାରିଣୀ ଡ. ମମତା ଶୁକ୍ଲା ପିଟିସନ ରେ ଦର୍ଶାଇଛନ୍ତି ଯେ ବୁର୍ଲା ସହରରେ ରାସ୍ତା ପ୍ରଶସ୍ତିକରଣ ନାମରେ ବ୍ୟାପକ ସଂଖ୍ଯାରେ ବରଗଛ, ଓସ୍ତ ଗଛ ଏବଂ ଅନ୍ୟାନ୍ୟ ଗୁଡ଼ାଏ ଗଛ କାଟି ଦିଆଗଲା।ବରଗଛ ଓ ଓସ୍ତ ଗଛ କେବଳ ଛାଇ ପ୍ରଦାନ କରି ନ ଥାଏ। ଏହା ଅନେକ ପକ୍ଷୀ ଙ୍କର ବାସସ୍ଥଳୀ ପାଳଟି ଥାଏ l ଗୋଟେ ଗୋଟେ ବରଗଛ ର ଆୟୁସ ଶହେ ରୁ ଅଧିକ ବର୍ଷ।ଏହି ଗଛ ପରିବେଶ ର ଅନେକ ଉପକାର କରିଥାନ୍ତି l ଗୋଟେ ବରଗଛ ଓ ଓସ୍ତ ଯେତିକି ଅମ୍ଳଜାନ ପ୍ରଦାନ କରିଥାଏ ଛୋଟ ଛୋଟ ୫୦ ଟି ଗଛ ମଧ୍ୟ ବୋଧେ ସେତିକି ଅମ୍ଳଜାନ ଦେବାକୁ ସକ୍ଷମ ହୋଇ ନଥାନ୍ତି।କିନ୍ତୁ ବିଭିନ୍ନ ପ୍ରକଳ୍ପ ନିର୍ମାଣ ନା ରେ ଏହି ସବୁ ୫୦ ରୁ ୧୦୦ ବର୍ଷର ଗଛ କୁ କାଟି ଦିଆଯାଉଛି।ଯଦି ଏହିଭଲି ଗଛଟାଏ ପୁଣିଥରେ ଉତାରି ବାକୁ ଚାହିଁ ବେ ତାହେଲେ ୫୦ ରୁ ୧୦୦ ବର୍ଷ ଅପେକ୍ଷା କରିବାକୁ ପଡିବ। ତେଣୁ ଏହି ଭଳି ଗଛ ଗୁଡ଼ିକକୁ କଟା ନ ଯାଇ ବିକଳ୍ପ ବ୍ୟବସ୍ଥା କଥା ଚିନ୍ତା କରିବାର ଆବଶ୍ୟକତା ରହିଛି।ମାନ୍ୟବର ଉଚ୍ଚନ୍ୟାୟାଳୟ ମାମଲା କୁ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାର ଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଆବେଦନ କାରିଣୀ ଡ. ମମତା ଶୁକ୍ଲା ପ୍ରାର୍ଥନା କରିଥିଲେ।ହାଇ କୋର୍ଟ ମାମଲା କୁ ଗୁରୁତ୍ଵ ର ସହ ଗ୍ରହଣ କରି ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ଙ୍କୁ ନିଯୁକ୍ତି କରିଛନ୍ତି l ଏଥି ସହିତ ରାଜ୍ୟ ସରକାର ଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।ରାଜ୍ଯ ସରକାର ଙ୍କ ପକ୍ଷରୁ ଏ ଜି ଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।ଏହି ବିଷୟକୁ ନେଇ ବୁର୍ଲାରେ ପ୍ରତିକ୍ରିୟା ଦେଖାଦେଇଥିବା ବେଳେ ପରିବେଷବିତଙ୍କ ମଧ୍ୟରେ ନୈରାଶ୍ୟ ଭାବ ସୃଷ୍ଟି ହୋଇଛି।

