Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତାରେ ପାଠ ପଢ଼ିଲେ ରେଭେନ୍ସା ଛାତ୍ରଛାତ୍ରୀ

Oplus_16908288

କଟକ: ରାସ୍ତାରେ ପାଠ ପଢ଼ିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ। ଅଧ୍ୟାପକ ମଧ୍ୟ ରାସ୍ତାରେ ବସି ଛାତ୍ରଛାତ୍ରୀଙ୍କୁ ପଢ଼ାଇଛନ୍ତି। କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଘଟଣା।

କ୍ଲାସରୁମ୍ ଅସୁରକ୍ଷିତ ଥିବାରୁ ଅଭିନବ ଉପାୟରେ ପ୍ରତିବାଦ କରିଥିଲେ ଛାତ୍ରଛାତ୍ରୀ । ୨୦ ଦିନ ହେବ ଏନେଇ ଅଭିଯୋଗ କରିବା ପରେ ମଧ୍ୟ ଠିକ୍ କରାଯାଉନାହିଁ। ଯାହାକୁ ନେଇ କୁଳପତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ଯୁକ୍ତ ୩ ଓଡ଼ିଆ ବିଭାଗର ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ। ତେବେ ମରାମତି ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଥିବା ନେଇ ଜଣାପଡ଼ିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ