Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପସନ୍ଦ ନଥିଲା ୨୦୦୦ ଟଙ୍କିଆ ନୋଟ୍, ପୂର୍ବତନ ମୁଖ୍ୟ ସଚିବ ଜଣାଇଲେ ବିବଶତା

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ଶୁକ୍ରବାର ୨୦୦୦ ଟଙ୍କିଆ ନୋଟକୁ ବଜାରରୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା। ‘କ୍ଲିନ ଚିଟ୍ ପଲିସି’ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା ଆରବିଆଇ କହିଛି। ୫ ବର୍ଷ ଭିତରେ ଶେଷରେ ଏହି ବଡ଼ ନୋଟକୁ ବନ୍ଦ କରିବାକୁ ସରକାର ଏମିତି କାହିଁକି ନିଷ୍ପତ୍ତି ନେଲେ ? ଏହାକୁ ନେଇ ଅନେକ ପ୍ରକାରର ପ୍ରଶ୍ନ ଉଠୁଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବତନ ମୁଖ୍ୟ ସଚିବ ନୃପେନ୍ଦ୍ର ମିଶ୍ର କହିଛନ୍ତି, ପିଏମ ମୋଦୀ ବଜାରକୁ ୨୦୦୦ ଟଙ୍କିଆ ନୋଟ୍ ଆଣିବାକୁ ଚାହୁଁନଥିଲେ।

୨୦୧୬ରେ ହୋଇଥିବା ନୋଟବନ୍ଦୀ ପରେ ପ୍ରଧାନମନ୍ତ୍ରୀ ଏତେ ବଡ଼ ନୋଟ୍ ବଜାରକୁ ଆସୁ ବୋଲି ଚାହୁଁନଥିଲେ। ପ୍ରଧାନମନ୍ତ୍ରୀଙ୍କ କହିବା କଥା ୨୦୦୦ ଟଙ୍କିଆ ନୋଟ୍ ଦୈନନ୍ଦୀନର ନେଣଦେଣ ପାଇଁ ଉଚିତ୍ ନୁହେଁ। ଏହା କଳାଧନ ଏବଂ ଟ୍ୟାକ୍ସ ଚୋରିକୁ ପ୍ରୋତ୍ସାହନ ଦେଇପାରେ। ପ୍ରଧାନମନ୍ତ୍ରୀ ସର୍ବଦା କମ ମୂଲ୍ୟର ନୋଟ୍ ବଜାରକୁ ଆସୁ ବୋଲି ଚାହୁଁଥିବା କହିଛନ୍ତି ନୃପେନ୍ଦ୍ର ମିଶ୍ର। ଉଲ୍ଲେଖନୀୟ ନୋଟବନ୍ଦୀ ସମୟରେ ନୃପେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ଥିଲେ।

ଆରବିଆଇ ପ୍ରଥମରୁ ହିଁ ୨୦୦୦ ଟଙ୍କିଆ ନୋଟ୍ କମ ଛପାଇଥିଲା। ତେଣୁ ପରବର୍ତ୍ତୀ ସମୟରେ ଲୋକଙ୍କ ହାତକୁ ଏହି ନୋଟ୍ କମ୍ ଆସିଥିଲା। ଏଟିଏମରୁ ମଧ୍ୟ ୨୦୦୦ ଟଙ୍କିଆ ନୋଟ୍ ବାହାରୁ ନଥିଲା। ପ୍ରଥମରୁ ହିଁ ଏହାର ସର୍କୁଲେସନ କମ କରି ଦିଆଯାଇଥିଲା। ଆଉ ଏବେ ୨୦୨୩ ସେପ୍ଟେମ୍ବର ୩୦ ପରେ ଏହି ନୋଟକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଆରବିଆଇ। ମିଶ୍ର କହିଛନ୍ତି, ଆରବିଆଇର ଏହି ପଦକ୍ଷେପ ନୋଟବନ୍ଦୀ ପରି ନୁହେଁ ବରଂ ଏହା ଏକ ରୁଟିନ ପ୍ରକ୍ରିୟା।