Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା

ସମ୍ବଲପୁର:ସ୍ଥାନୀୟ ଶାନ୍ତିନଗର ଭୀମଭୋଇ ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି ଛାତ୍ର ଛାତ୍ରୀଙ୍କୁ ନେଇ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ଆଇନଜୀବୀ ଜୟକୃଷ୍ଣ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ର ଛାତ୍ରୀଙ୍କ ସହ ବିଜ୍ଞାନର ଉପକାରୀତା ଉପରେ ଆଲୋଚନା କରିଥିଲେ।ବିଦ୍ୟାଳୟର ମୋଟ ୪୨ଟି ବିଜ୍ଞାନ ପ୍ରକଳ୍ପ ସ୍ଥାନ ପାଇଥିଲା।ଏଗୁଡିକ ମଧ୍ୟରେ ଜୁନିଅର-ପ୍ରିୟବ୍ରତ ବାରିକ ପ୍ରଥମ,ପିଉସ ସାହୁ ଦ୍ୱିତୀୟ, ଲୋକେଶ ସାହୁ ତୃତୀୟ ସ୍ଥାନ ପାଇଥିବା ବେଳେ,ସବ ଜୁନିଅରରେ ବିଦ୍ୟା ଦାସ,ରିଙ୍କି ପ୍ରଧାନ,ଭୂମିତ୍ରୀ ଚୁରା, ଓ ସିନିଅରରେ ହେଲେ ଟିକେଶ୍ୱର ସୁନା, ଦିବ୍ୟା ଦାଶ,ପ୍ରୀତି କୁମାର ଯାଦବ, ଓ ସବ ସିନିଅର ହେଲେ ଅଞ୍ଜଳି କୁମାରୀ ଯାଦବ,ଆରବ ବାଘ,ପବନ କୁମାର ବେସନ ହୋଇଛନ୍ତି !ଏହି ମେଳାର ନିରୀକ୍ଷକ ଭାବରେ ସୁଜିତ କୁମାର ମିଶ୍ର ଓ ସିଦ୍ଧାର୍ଥ କୁମାର ପ୍ରଧାନ ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ପଣ୍ଡା, ସଞ୍ଜୟ କୁମାର ଦାଶ,ନମିତା ପ୍ରଧାନ, ହସ୍ୟମୟୀ ବେହେରା,ଆରତୀ ସାହୁ,ଶୁଭଶ୍ରୀ ବଡ଼ପଣ୍ଡା, ସଂଯୁକ୍ତା ପାଢ଼ୀ, ଗୀତାରଣୀ ମିର୍ଦ୍ଧା ପ୍ରମୁଖ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ