ଜିଲ୍ଲାସ୍ତରୀୟ ଛାୟା ସଂସଦ ପ୍ରତିଯୋଗିତା
ସମ୍ବଲପୁର:ସମଗ୍ର ଶିକ୍ଷା ସମ୍ବଲପୁର ଆନୁକୂଲ୍ୟରେ ଗୁରୁବାର ଚନ୍ଦ୍ରଶେଖର ବେହେରା ଜିଲ୍ଲାସ୍କୁଲଠାରେ ଜିଲ୍ଲାସ୍ତରୀୟ ଛାୟା ସଂସଦ ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି। ଜିଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହେଇଥିଲା। ସଭାଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ ମୁଖ୍ଯ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ।କୁଚିଣ୍ଡା ବିଧାୟକଙ୍କ ପ୍ରତିନିଧି ବିଭୂତି ଭୂଷଣ ପଟେଲ ଓ ରେଢାଖୋଲ ବିଧାୟକଙ୍କ ପ୍ରତିନିଧି ହୀରାଲାଲ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ଛାୟା ସଂସଦ ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କର ମଧ୍ଯରେ ନେତୃତ୍ବର ବିକାଶ ଓ ଉତ୍ତର ଦାୟିତ୍ବ ପ୍ରତି ସଚେତନ କରିବାରେ ସହାୟକ ହେବ ବୋଲି ଅତିଥିଗଣ ମତ ଦେଇଥିଲେ।ଜିଲ୍ଲାର ୧୩ ପି ଏମଶ୍ରୀ ହାଇସ୍କୁଲରୁ ମନୋନୀତ ହେଇଆସିଥିବା ୫୨ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ବିଚାରକ ଭାବରେ ବରିଷ୍ଠ ସାମ୍ବାଦିକ ଶିବ ଶଙ୍କର ନନ୍ଦ, ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର, ଅଧ୍ୟାପକ ପ୍ରଶାନ୍ତ କୁମାର ପ୍ରଧାନ ଓ ଶିକ୍ଷକ ପ୍ରତାପ ଚନ୍ଦ୍ର ତ୍ରିପାଠୀ। ଏହି ପ୍ରତିଯୋଗିତାରେ ଆଦ୍ୟାଶା ମହାକୁଡ ପ୍ରଥମ,ଅର୍ଚ୍ଚିତା ସାହୁ ଦ୍ବିତୀୟ,ପ୍ରୀତିରଞ୍ଜନ ସାମନ୍ତ ତୃତୀୟ ସ୍ଥାନ ହାସଲ କରିଥିଲେ।ତପସ୍ୱିନୀ ଅଡିଟୋରିୟମରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ପୁରସ୍କୃତ କରାଯାଇଥିଲା।ମଂଚ ସଂଚାଳନ କରିଥିଲେ ବରିଷ୍ଠ ଶିକ୍ଷକ ରାମକୃଷ୍ଣ ରଥ।ଜିଲ୍ଲାସ୍କୁଲର ପ୍ରଧାନ ଶିକ୍ଷକ ଲୋକିତା ଦାଶଙ୍କ ତତ୍ତ୍ବାବଧାନ ରେ ଅନୁଷ୍ଠିତ ଛାୟା ସଂସଦ ପ୍ରତିଯୋଗିତାକୁ ପରିଚାଳନାରେ ସହଯୋଗ କରିଥିଲେ ସମଗ୍ର ଶିକ୍ଷାର ସଂଯୋଜକ ପୁରୁଷୋତ୍ତମ ପ୍ରହରାଜ।କାର୍ଯ୍ୟକ୍ରମର ବିଭିନ୍ନ ଦାୟିତ୍ବ ନିର୍ବାହ କରିଥିଲେ ଜାତୀୟ ସ୍ତରରେ ଅଂଶଗ୍ରହଣ କରିଥିବା ଛାତ୍ରୀ ଅଙ୍କିତା ଗାଙ୍ଗୁଳି,ଶିକ୍ଷୟିତ୍ରୀ ଅନୁପମା ପଣ୍ଡା ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

