ଆଜିଠୁ ଆରମ୍ଭ ହେବ ଡିଜିଟାଲ ଜନଗଣନାର ପୂର୍ବ ପ୍ରକ୍ରିୟା
ଭୁବନେଶ୍ୱର: ୨୦୨୭ ଜନଗଣନା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଆଜି ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ ଡିଜିଟାଲ ଜନଗଣନା । ଓଡିଶାର କେତେଟା ସ୍ଥାନକୁ ନିରୀକ୍ଷଣ କରାଯାଇଛି । ରାଜଧାନୀ ଭୁବନେଶ୍ୱର ସମେତ କଟକ, ମୟୁରଭଞ୍ଜ ଏବଂ ନବରଙ୍ଗପୁରରେ ୩୦ ତାରିଖ ଯାଏ ଚାଲିବ ଗଣନା । ଭୁବନେଶ୍ୱର ମହାନଗର ନିଗମର ୨୨ ନମ୍ବର ୱାର୍ଡ, କଟକର ୧୭ ନମ୍ବର ୱାର୍ଡ, ନବରଙ୍ଗପୁରର ତେନ୍ତୁଲିଖୁଣ୍ଟି ଏବଂ ମୟୂରଭଞ୍ଜର ଠାକୁର ମୁଣ୍ଡାରେ ହେବ ପ୍ରାକ୍ ଡିଜିଟାଲ ଜନଗଣନା ।
ସର୍ବଭାରତୀୟ ସ୍ତରରେ ୩୪ ଲକ୍ଷ ଶିକ୍ଷକ କରିବେ ଏହି ଡିଜିଟାଲ ଜନଗଣନା । ଡିଜିଟାଲ ପ୍ରକ୍ରିୟାରେ ପେପର ନୁହେଁ ମୋବାଇଲ ଆପରେ ହେବ ଜନ ଗଣନା । ଜିଲ୍ଲା ଜନଗଣନା ତଥ୍ୟ ସମନ୍ବିତ ପୁସ୍ତକରେ ରହିବ ଗ୍ରାମ/ ସହର, ଜିଲ୍ଲାର ସମସ୍ତ ଭିଭିଭୂମି ଓ ନଗରୀୟ ସୁବିଧା। ବିସ୍ତୃତ ଜନସଂଖ୍ୟା ସମ୍ବନ୍ଧୀୟ ସାମାଜିକ ଓ ଅର୍ଥନୈତିକ ସୂଚନା ମଧ୍ୟ ଏଥିରେ ରହିବ ।

