Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସଆଇ ନିଯୁକ୍ତି କେଳେଙ୍କାରୀ ମାମଲା; ଶଙ୍କର ପୃଷ୍ଟି ଓ ସୁରେଶର ନାୟକର ହେବ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ବର: ପୁଲିସ ଏସଆଇ କେଳେଙ୍କାରୀ ମାମଲାରେ ଶଙ୍କର ପୃଷ୍ଟି ଓ ସୁରେଶର ନାୟକଙ୍କ ହେବ ପଲିଗ୍ରାଫ ଟେଷ୍ଟ । ପଲିଗ୍ରାଫ ଟେଷ୍ଟ ପାଇଁ ଆବେଦନ କରିଛି କ୍ରାଇମବ୍ରାଞ୍ଚ । ଜେରା ବେଳେ ଉଭୟ ଶଙ୍କର ପୃଷ୍ଟି ଓ ସୁରେଶ ନାୟକ ସତ କହୁନଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି । ଫଳରେ କ୍ରାଇମବ୍ରାଞ୍ଚ ପୋଲିସ ବ୍ରହ୍ମପୁର JMFC ଗ୍ରାମୀଣ କୋର୍ଟରେ ଆବେଦନ କରିଛନ୍ତି ।

କୋର୍ଟଙ୍କ ଅନୁମତି ମିଳିବା ପରେ ଉଭୟ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଷ୍ଟେଟ୍ ଫରେନସିକ୍ ଲାବର ପଲି ଲ୍ୟାବରେ ପଲିଗ୍ରାଫ୍ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି । ଗାଜିଆବାଦରେ ଥିବା ଶଙ୍କରର ଘରେ କ୍ରାଇମବ୍ରାଞ୍ଚ ଟିମ୍ ପୂର୍ବରୁ ଚଢ଼ଉ କରିଥିବା ବେଳେ ସେ ସେଠାରୁ ନେପାଳ ଫେରାର ହୋଇ ଯାଇଥିଲା। ଗାଜିଆବାଦ ଘରେ ସ୍ତ୍ରୀ ଓ ପିଲାଙ୍କୁ ରଖିଥିଲା ଶଙ୍କର। ନେପାଳରୁ ସେ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଥିଲା। ଯାହା ପରେ ତାକୁ ସେଠାରୁ କାବୁ କରିଥିଲା କ୍ରାଇମବ୍ରାଞ୍ଚ।

ତେବେ ପୂର୍ବରୁ କ୍ରାଇମବ୍ରାଞ୍ଚ ପୋଲିସ ଶଙ୍କର ସମେତ ୫ ଜଣଙ୍କୁ ଜେରା କରିବା ପାଇଁ ରିମାଣ୍ଡରେ ନେଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ