FIH ମହିଳା ଜୁନିଅର ବିଶ୍ୱକପ୍ ପାଇଁ ୨୦ ଜଣିଆ ଦଳ ଘୋଷଣା
ନୂଆଦିଲ୍ଲୀ: ହକି ଇଣ୍ଡିଆ ନଭେମ୍ବର ୨୫ରୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ଚିଲିର ସାଣ୍ଟିଆଗୋରେ ଅନୁଷ୍ଠିତ ହେବାକୁ ଥିବା FIH ମହିଳା ଜୁନିଅର ବିଶ୍ୱକପ୍ ପାଇଁ ଜ୍ୟୋତି ସିଂହଙ୍କ ନେତୃତ୍ୱରେ ୨୦ ଜଣିଆ ଦଳ ଘୋଷଣା କରିଛି। ପୂର୍ବତନ ଭାରତୀୟ ଅନ୍ତର୍ଜାତୀୟ କୋଚ୍ ତୁଷାର ଖାଣ୍ଡେକରଙ୍କ ପ୍ରଶିକ୍ଷିତ ୨୦ ଜଣିଆ ଦଳରେ ୧୮ ଜଣ ମୁଖ୍ୟ ଖେଳାଳି ଏବଂ ଦୁଇ ଜଣ ବିକଳ୍ପ ଖେଳାଳି ଅଛନ୍ତି।
ମୁଖ୍ୟ ପ୍ରଶିକ୍ଷକ ଖାଣ୍ଡେକର ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି, “ମୁଁ ଦଳ ଏବଂ ଏହାର ବର୍ତ୍ତମାନର ପ୍ରଦର୍ଶନରେ ବହୁତ ଖୁସି। ମୋର ମୁଖ୍ୟ ନୀତି ହେଉଛି ଶୃଙ୍ଖଳା ଏବଂ ମୁଁ ଏହି ଦଳ ଗଠନ କରିବା ସମୟରେ ଏହାକୁ ମନେ ରଖିଥିଲି। ଆମେ କଠିନ ପରିଶ୍ରମ କରିଛୁ ଏବଂ ଆମର ଖେଳାଳିମାନେ ଗତ କିଛି ମାସ ମଧ୍ୟରେ ଯଥେଷ୍ଟ ଉନ୍ନତି କରିଛନ୍ତି।” ଭାରତକୁ ପୁଲ୍ C ରେ ରଖାଯାଇଛି ଏବଂ ଡିସେମ୍ବର ୧ ରେ ନାମ୍ବିଆ ବିପକ୍ଷରେ ଏହାର ଅଭିଯାନ ଆରମ୍ଭ କରିବ। ତା’ପରେ ସେମାନେ ଡିସେମ୍ବର ୩ ରେ ଜର୍ମାନୀ ଏବଂ ଡିସେମ୍ବର ୫ରେ ଆୟର୍ଲାଣ୍ଡ ସହିତ ମୁକାବିଲା କରିବେ।
ପ୍ରତ୍ୟେକ ପୁଲ୍ ର ଶ୍ରେଷ୍ଠ ଦଳଗୁଡ଼ିକ ନକଆଉଟ୍ ପର୍ଯ୍ୟାୟକୁ ଯିବେ। ଯାହା ଡିସେମ୍ବର ୭ରୁ ୧୩ ପର୍ଯ୍ୟନ୍ତ ଖେଳାଯିବ। ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ସମସ୍ତେ ଚିଲି ଯାତ୍ରା ପାଇଁ ପ୍ରସ୍ତୁତ ଏବଂ ଉତ୍ସାହିତ ରହିଛୁ।” ଝିଅମାନେ ବିଶ୍ୱକପରେ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ସମ୍ପୂର୍ଣ୍ଣ ଉତ୍ସାହିତ।

