ପୀତବାସ ହତ୍ୟା ମାମଲାରେ ନୂଆ ମୋଡ; ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଏସପି ଶ୍ରବଣ ବିବେକ ମାଗିଲେ କ୍ଷମା ପ୍ରାର୍ଥନା
ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ସାଙ୍ଘାତିକ ମନ୍ତବ୍ୟ ଦେଇଥିବା ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଫସିଯାଇଛନ୍ତି | ସେ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ହାଇକୋର୍ଟରେ ଆଜି କ୍ଷମା ପ୍ରାର୍ଥନା ମାଗିଛନ୍ତି | ସେ ନିଜର ଭୁଲ କୁ ସ୍ୱୀକାର କରିଛନ୍ତି | ତାଙ୍କର କ୍ଷମା ପ୍ରାର୍ଥନାକୁ ହାଇକୋର୍ଟ ଗ୍ରହଣ କରିଛନ୍ତି | ଏହା ସହିତ ତାଙ୍କ ବିରୋଧରେ କୌଣସି ମାମଲା ନ କରିବାକୁ ହାଇକୋର୍ଟ ଆଜି ଅନୁମତି ଦେଇଛି | ସୂଚନା ଅନୁଯାଇ , ଏସପି ଶ୍ରବଣ ବିବେକ ନିର୍ବାଚନୀ ଘଟଣା ତଥା ତାଙ୍କର ଅତୀତରେ ଘଟିଥିବା ଘଟଣା ସହିତ ପୀତବାସଙ୍କ ହତ୍ୟାକାଣ୍ଡର ସମ୍ପର୍କ ଯୋଡି ସେହି ବିବାଦୀୟ ମନ୍ତବ୍ୟ ଦେଇଥିଲେ ବୋଲି ସେ କହିଛନ୍ତି |
ପୂର୍ବ ସୂଚନା ଅନୁଯାଇ କିଛିଦିନ ପୂର୍ବରୁ ପ୍ରେସ୍ମିଟ୍ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଥିଲେ ପୀତବାସଙ୍କ ଧର୍ମପତ୍ନୀ ସୁସ୍ମିତା ପଣ୍ଡା। କହିଥିଲେ ଜୀବନ ପ୍ରତି ତାଙ୍କର ବିପଦ ଅଛି। ମାମଲା ପ୍ରତ୍ୟାହାର କରିବାକୁ ପୁଅ ପାଖକୁ ବାରମ୍ବାର ଧମକପୂର୍ଣ୍ଣ କଲ୍ ଆସୁଛି। ବିକ୍ରମ ପଣ୍ଡାଙ୍କ ନମ୍ଵରରୁ ଦୁଇ ଥର କଲ୍ ଆସିଛି। ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ଘରେ ରହିବାକୁ ମଧ୍ୟ ଭୟ ଲାଗୁଛି। ପୁଅ ବି ଭୟଭୀତ ଅଛି।
ସୁସ୍ମିତା ପଣ୍ଡା ପୁଣି କହିଥିଲେ ଯେ, ପୀତବାସଙ୍କ ହତ୍ୟା ପରେ ଅଭିଯୁକ୍ତ ବିକ୍ରମ ପଣ୍ଡା ସମବେଦନା ଜଣାଇବାକୁ ଘରକୁ ଆସିଥିଲା। ଏହି ହତ୍ୟା ମାମଲା ପଛରେ ଏବେ ବିକ୍ରମଙ୍କ ସମ୍ପୃକ୍ତି ଜାଣି ଆଶ୍ଚର୍ଯ୍ୟ ଲାଗୁଛି। ତେଣୁ ପ୍ରେସ୍ମିଟ୍ ମାଧ୍ୟମରେ ସୁସ୍ମିତା ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ଏବଂ ସୁରକ୍ଷା ଭିକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି, ନିଶ୍ଚୟ ନ୍ୟାୟ ମିଳିବ ବୋଲି କହିଥିଲେ।
ସେ ଆଉ ମଧ୍ୟ କହିଥିଲେ ଯେ, ମୃତ୍ୟୁ ପୂର୍ବରୁ ଶେଷ ଥର ପାଇଁ ପୀତବାସ ୬ ତାରିଖ ରାତି ସାଢେ ୮ଟାରେ ତାଙ୍କ ସ୍ତ୍ରୀଙ୍କ ସହ କଥା ହୋଇଥିଲେ। ଥାନା ଓ କୋର୍ଟରୁ ଫେରିବା ସମୟରେ ହୋଟେଲରୁ ଖାଇବା ନେଇ ଆସିବି ବୋଲି କହିଥିଲେ।

