Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ପବ୍ଲିକ ଲାଇବ୍ରେରୀରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ

ସମ୍ବଲପୁର : ଆଜି ପୂର୍ବାହ୍ନ ରେ ସମ୍ପ୍ରତି ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ଠାରେ ରାଷ୍ଟ୍ର ନିର୍ମାଣ ରେ ଯୁବ ପ୍ରସ୍ତୁତି ପଶିକ୍ଷଣ କାର୍ଯ୍ୟକ୍ରମ ର ଷଷ୍ଠ ସପ୍ତାହ ରେ ରେ ମା ବାଗଦେବୀଙ୍କ ପୂଜା ଓ ବିଶ୍ୱଶାନ୍ତି ପ୍ରାଥନା ପରେ ଆରମ୍ଭ ହୋଇଥଲା।
ପ୍ରଶିକ୍ଷଣ ଆରଂଭ କରି ଆଜିର ପ୍ରଶିକ୍ଷିକା ପ୍ରାକ୍ତନ ଅଧ୍ୟକ୍ଷା ପ୍ରୋ.ନିରୂପମା ବଡ଼ ପଣ୍ଡା ” ଲିଙ୍ଗଗତ ବୈଷମତା”ପ୍ରସଙ୍ଗ ରେ ଆଲୋଚନା ଆରମ୍ଭ କରି ଆମ ସମାଜ ଓ ପରିବାର ର ଦୈନଦିନ ଜୀବନର ରେ ପୁଅ ଝିଅ ଓ ସ୍ତ୍ରୀ ପୁରୁଷ ଭିତରେ ଥିବା ବୈଷମତା କୁ ଏକ ଅନ୍ଧବିଶ୍ୱାସ ଭାବେ ଅଭିହିତ କରି ଏହାର ନିରାକରଣ ଉପରେ ବିଭିନ୍ନ ଉଦାହରଣ ସହ ବିଶଦ ଆଲୋଚନା କରିଥିଲେ।ଚା ପାନ ବିରତି ପରେ ଦ୍ବିତୀୟ ଅଧିବେଶନ କୁ ଓଡିଶା ରାଜ୍ୟ ମୁକ୍ତବିଶ୍ବବିଦ୍ୟାଳୟ ର କମ୍ପୁଟର ବିଜ୍ଞାନ ବିଶାରଦ ଡକ୍ଟର ସାଗରିକା ମିଶ୍ର ମୋବାଇଲ ର ବ୍ୟବହାର ଓ ଅପବ୍ୟବହାର ଉପରେ ତଥ୍ୟ ଭିତ୍ତିକ ଦୃଷ୍ଟାନ୍ତ ସହ ଆଲୋଚନା କରି ଯଥାସମ୍ଭବ ମୋବାଇଲ ଠାରୁ ଦୂରେଇ ଏହାର ସଦବ୍ୟବହାର କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିବାପାଇଁ ,ଅନୁଷ୍ଠାନ ର ସଭାପତି ପ୍ରୋ,ଆଦିତ୍ୟ ପ୍ରସାଦ ପାଢ଼ୀ,ପ୍ରୋ ସରେନ୍ଦ୍ର ପ୍ରସାଦ ପଣ୍ଡା,ପ୍ରୋ.ମୁରଲୀ ପ୍ରେମନାଥ ନାୟକ, ସମ୍ପାଦକ ରଘୁନାଥ ମିଶ୍ର,ଶିକ୍ଷାବିଦ ଡ଼, ଗିରିଧାରୀ ହୋତା,ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା,ଉଦିତ ଚନ୍ଦ୍ର ପଟଯୋଶି,ସମେତ,ଡାକ୍ତର ଜୟଦେବ ମେହେର, ମୁକ୍ତକଣ୍ଠ ପ୍ରଧାନ,ଗୋଳକ ବିହାରି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ କାର୍ଯ୍ୟକ୍ରମ ର ସଂଯୋଜକ ଶ୍ରୀ ରାଜେନ୍ଦ୍ର ପଣ୍ଡା ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ,ବୈଷୟିକ ସହାୟତା ପାଇଁ ଶ୍ରୀ ଅଭିନଂଦନ ତ୍ରିପାଠୀ,ଦେବାଶିଷ ମିଶ୍ର,ଆଦେଶ ମିଶ୍ର ,ବିଜୟ ସାହୁ ଓ ସୁନନ୍ଦା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।ଶିବିର ରେ ମୋଟ ୨୫ଟି ହାଇସ୍କୁଲ ରି ୩୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ,କାର୍ଯ୍ୟକ୍ରମଶେଷରେ ଜାତୀୟ ସଙ୍ଗୀତ ଓ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ