ବାଲିଯାତ୍ରାରେ ପ୍ରବଳ ଭିଡ; ଘଟଣାରେ ୨ ଅଚେତ
ଭୁବନେଶ୍ଵର, ୧୪।୧୧: ଗତକାଲି ବାଲିଯାତ୍ରାର ଶେଷ ଦିନ ଥିଲା। ପୂର୍ବରୁ ୧୨ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ପରେ ଆଉ ଗୋଟେ ଦିନକୁ ବୃଦ୍ଧି କରାଯାଇଥିଲା। କାଲି ସଂଧ୍ୟାରେ ଶ୍ରେୟା ଘୋଷାଲଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ରହିଥିଲା। ଫଳରେ ବାଲିଯାତ୍ରା ପଡିଆରେ କାଲି ଲୋକଙ୍କ ପ୍ରବଳ ଭିଡ ଜମିଥିଲା।
ପ୍ରବଳ ଭିଡ ହେବା କାରଣରୁ ଦୁଇଜଣ ଅଚେତ ହୋଇ ପଡ଼ିଥିଲେ। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଁଚି ଭିଡକୁ ନିୟନ୍ତ୍ରଣ କରିଥିଲେ। ଦୁଇଜଣ ଅଚେତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନିଆଯାଇଛି।ଏହା ପୂର୍ବରୁ ଗତ ରବିବାର ଦିନ ମଧ୍ୟ ଅସଂଖ୍ୟ ଲୋକଙ୍କ ଭିଡ଼ ଜମିଥିଲା। ପ୍ରାୟ ୧୫ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା ବୋଲି ଜଣାପଡିଛି। ତେବେ କାଲି କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମ ଏବଂ ବାଲିଯାତ୍ରାର ଅନ୍ତିମ ଦିନ ରହିଥିବାରୁ ଅଧିକ ଭିଡ ଜମିଥିଲା।
ଏହା ପୂର୍ବରୁ ବାଲିଯାତ୍ରାରେ ହାମ୍ମର ଦୋଳିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୮ଜଣ ଦୋଳିରେ ଫସି ରହିଥିଲେ।

