Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ନୂଆପଡା ଭୋଟ ଗଣତି; ପ୍ରଥମ ରାଉଣ୍ଡରେ ଆଗୁଆ ଜୟ ଢୋଲକିଆ

ନୂଆପଡା;୧୪|୧୧: ଦେଶରେ ରାଜ୍ୟ ଏବଂ ଜାତୀୟ ସ୍ତରରେ ନିର୍ବାଚନର ପର୍ବ ଚାଲିଛି | ଏହି ପର୍ବ ମଧ୍ୟରେ ଆଜି ନୂଆପଡା ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି | ତେବେ ନୂଆପଡ଼ା ଉପ ନିର୍ବାଚନର ଭୋଟ ଗଣତିରେ ଜୟ ଢୋଲକିଆ ଟ୍ରେଣ୍ଡ୍ ରେ ଚାଲିଛନ୍ତି ।

ପ୍ରଥମ ରାଉଣ୍ଡରେ ଜୟ ଢୋଲକିଆ ୪ ହଜାର ୯୦୪ ଭୋଟ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୧୩୫୭ ଆଉ କଂଗ୍ରେସ ପ୍ରାର୍ଥୀ ୧୩୦୮ ଖଣ୍ଡ ଭୋଟ ପାଇଛନ୍ତି । ଜୟ ଢୋଲକିଆ ବର୍ତ୍ତମାନ ୩ ହଜାର ୫୪୭ ଭୋଟରେ ଆଗୁଆ ଅଛନ୍ତି ।

ତେବେ ଏହାପରେ ଆହୁରି ୨୫ ରାଉଣ୍ଡ ଭୋଟ ଗଣତି ବାକି ଅଛି । ଦେଖିବା ବାକି ରହିଲା ନୂଆପଡ଼ାରେ କିଏ ମାରୁଛି ବାଜି । ଭୋଟ ଗଣତିକୁ ସମ୍ପୂର୍ଣ୍ଣ ସ୍ବଚ୍ଛ ଓ ପାରଦର୍ଶିତାର ସହ ଶେଷ କରିବା ପାଇଁ ସାମିଲ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ସକାଳ ୮ଟାରୁ ଭୋଟ୍ ଗଣତିର ପ୍ରକ୍ରିୟା ଆରମ୍ଭ ହୋଇଛି । ମୋଟ ୧୪ଟି ଟେବୁଲ୍‌ରେ ୨୬ ରାଉଣ୍ଡ ଗଣତି ହେବ । ପ୍ରଥମେ ପୋଷ୍ଟାଲ୍‌ ବାଲାଟ୍, ପରେ ଇଭିଏମ୍‌ ଗଣତି ଚାଲିଛି । ପ୍ରତି ରାଉଣ୍ଡରେ ରେଜଲ୍ଟ ଘୋଷଣା କରାଯିବ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ୍ ଗଣତି ହେଉଛି ।

ଗଣତି ପୂର୍ବରୁ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି| ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମ ଓ ଭିଭିପାଟ୍ ମେସିନର ନିରୀକ୍ଷଣ କରାଯାଇଛି। ପ୍ରତ୍ୟେକ ଟେବୁଲରେ ଜଣେ ଗଣତି ସହକାରୀ ଅଧିକାରୀ, ଗଣତି ସୁପରଭାଇଜର ଏବଂ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ରହିଛନ୍ତି । ନୂଆପଡା ଉପନିର୍ବାଚନ ଫଳାଫଳ ରାଜନୈତିକ ଦୃଷ୍ଟିକୋଣରୁ ସବୁ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ରାଜନୀତି ତେଜିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ