Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଷ୍ଟ ଗାର୍ଡ ପାଇଁ ନୂଆ ନିୟମ; କୋଷ୍ଟ ଗାର୍ଡ ସଂଖ୍ୟାକୁ ବୃଦ୍ଧି କରାଯିବ: ଆଇଜି ଇକ୍‌ବାଲ ସିଂ ଚୌହ୍ୱାନ୍‌

ଭୁବନେଶ୍ୱର;୧୫|୧୧: ରାଜ୍ୟରେ ଯେଉଁ ଠାରେ ବନ୍ଦର ଅଛି ସେଠାରେ କୋଷ୍ଟ ଗାର୍ଡ ରହିବା ନିହାତି ଆବଶ୍ୟକ । ଗାର୍ଡ ରହିବ ଦ୍ୱାରା ସାମୁଦ୍ରିକ ସୁରକ୍ଷା ଓ ସମୁଦ୍ରରେ ବୁଡ଼ି ଯାଉଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇପାରିବ। ଏଥିପାଇଁ ରାଜ୍ୟରେ ଥିବା ସବୁ ବନ୍ଦରରେ ମୁତୟନ ହେବେ କୋଷ୍ଟ ଗାର୍ଡ ।

ଏ ନୂଆ ନିୟମ ଉପରେ ସୂଚନା ଦେଇ କହିଛନ୍ତି କୋଷ୍ଟ ଗାର୍ଡ ଆଇଜି ଇକ୍‌ବାଲ ସିଂ ଚୌହ୍ୱାନ୍‌ । ଗୋପାଳପୁର ବନ୍ଦରରେ କୋଷ୍ଟ ଗାର୍ଡ ସିପ୍‌ ନିଯୁକ୍ତ କରାଯିବ।

ପାରାଦୀପ ବନ୍ଦରରେ ପୂର୍ବରୁ ହିଁ କୋଷ୍ଟ ଗାର୍ଡ ସିପ ଅଛି ସେହି ସଂଖ୍ୟାକୁ ବଢାଯିବା ପାଇଁ ଯୋଜନା ଚାଲିଛି। ଏଥିସହିତ ଗୋପାଳପୁର ଓ ଧାମରା ବନ୍ଦରରେ ଜେଟି ଓ କୋଷ୍ଟ ଗାର୍ଡ ଶାଖା ଖୋଲିବ। ଧାମରା ବନ୍ଦରରେ କୋଷ୍ଟ ଗାର୍ଡର ଡ୍ରୋନ୍‌ ୟୁନିଟ୍‌ ରହିବ । ଏ ନେଇ କୋଷ୍ଟ ଗାର୍ଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ