ଜମନକିରା ବ୍ଲକ ସ୍ତରୀୟ ଦ୍ଵିଦିବସୀୟ ସାଂସଦ କ୍ରୀଡା ମହୋତ୍ସବ ଉଦଯାପିତ
ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ଷଣ୍ଢପଥର ଖେଳ ପଡ଼ିଆରେ ବ୍ଲକ ସ୍ତରୀୟ ଦ୍ଵିବସୀୟ ସାଂସଦ କ୍ରୀଡା ମହୋତ୍ସବ ଆଜି ସାଢେ଼ ୫ ଟା ସମୟରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପଂଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗ ଦେଇଥିଲେ। ଏଥିରେ ଜମନକିରା ଗୋଷ୍ଟି ଉନ୍ନୟନ ଅଧିକାରୀ ରବୀନ୍ଦ୍ର କୁମାର ସେଠୀ ସଭାପତିତ୍ବ କରିଥିବା ବେଳେ ଷଣ୍ଢପଥର ଏସଏସଡି ହାଇସ୍କୁଲ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ମଞ୍ଚ ପରିଚାଳନା କରିଥିଲେ। ମନ୍ତ୍ରୀ ନାଏକ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥିଭାବେ ତହସିଲଦାର ପ୍ରବୀଣା ବିଲୁଙ୍ଗ, କୁଚିଣ୍ଡା ବିଧାୟକଙ୍କ ପ୍ରତିନିଧି ତଥା କଟଙ୍ଗପାଣି ପୂର୍ବତନ ସରପଞ୍ଚ, ବିଜେପି ମଣ୍ଡଳ ସଭାପତି ମନୋଜ ମାଝୀ, ବଡରମା ସରପଞ୍ଚ ତଥା ଜମନକିରା ମଣ୍ଡଳ ସଭାପତି ବିଜୟ ନାଏକ, ଜମନକିରା ଅତିରିକ୍ତ ଶିକ୍ଷା ଅଧିକାରୀ ଦେବକୀ ନାଏକ, ଜମନକିରା ଥାନା ଏଏସଆଇ ନିରଞ୍ଜନ ପ୍ରଧାନ, ଜମନକିରା ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଖେଳ ସଭା ପ୍ରାରମ୍ଭରେ ମା” ସମଲେଇଙ୍କ ଫଟୋ ଚିତ୍ରରେ ମାଲ୍ୟାପଣ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ସେହିପରି ଉଦଘାଟନୀ ମହୋତ୍ସବ ପ୍ରଥମ ଦିନରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ କୁଚିଣ୍ଡା ବିଧାୟକଙ୍କ ପ୍ରତିନିଧି କଟଙ୍ଗପାଣି ତଥା ବିଜେପି ମଣ୍ଡଳ ସଭାପତି ମନୋଜ ମାଝୀ ଯୋଗ ଦେଇଥିଲେ। କ୍ରୀଡା ମହୋତ୍ସବ ସଭାକୁ ଏସଏସଡି ଷଣ୍ଢପଥର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥିଭାବେ ବଡରମା ସରପଞ୍ଚ ତଥା ଜମନକିରା ମଣ୍ଡଳ ସଭାପତି ବିଜୟ ନାଏକ, ଜମନକିରା ଅତିରିକ୍ତ ଶିକ୍ଷା ଅଧିକାରୀ ଦେବକୀ ନାଏକ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟଜିତ ସାହୁ, ଜମନକିରା ଥାନା ଏ.ଏସ.ଆଇ ନିରଞ୍ଜନ ପ୍ରଧାନ, ସୌରଭ ପଟ୍ଟନାୟକ, ଜମନକିରା ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। କ୍ରୀଡା ଜୁନିୟର ବର୍ଗର ପୁଅ ଏବଂ ଝିଅଙ୍କ ୧୦୦ ମିଟର ଦୌଡ଼ ଓ ୨୦୦ ମିଟର ଦୌଡ, ଜୁନିୟର ବର୍ଗଙ୍କ ଖୋକୋ, ସଟଫୁଟ, ସିନିୟର୍ ମାନଙ୍କ କବାଡି, ଖୋଖୋ ଏବଂ ସଟ ଫୁଟ ଭଳି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ଦିନରେ ସିନିୟର ଦଳଙ୍କ ଦୌଡ, ଖୋକୋ, ସଟଫୁଟ, ଏବଂ ଡିସ୍କସ ଥ୍ରୋ ପ୍ରତିଯୋଗିତା ହୋଇଥିଲା। ଖେଳ କାର୍ଯକ୍ରମକୁ ବିଭିନ୍ନ ବିଦ୍ୟାଳୟ ଏବଂ କଲେଜର ଖେଳ ଶିକ୍ଷକ ମାନେ ଖେଳ ପରିଚାଳନା କରିଥିଲେ। କୃତିତ୍ୱ ହାସଲ କରିଥିବା ଖେଳାଳିଙ୍କୁ ମନ୍ତ୍ରୀ ନାଏକ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ। ଶେଷରେ ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଐଶର୍ଯ୍ୟ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ବ୍ଲକ ଓ ପଞ୍ଚାୟତ ଗୁଡ଼ିକର ସମସ୍ତ ଅଧିକାରୀ ଓ କର୍ମଚାରୀ ଅକ୍ଲାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

