ଜମନକିରା ସରସ୍ଵତୀ ଶିଶୁ ମନ୍ଦିରର ବିଂଶତିତମ ବାର୍ଷିକ ଉତ୍ସବ ଅନୁଷ୍ଠିତ; ପ୍ରତିଭା କୁ ଗୁରୁତ୍ଵ ଦେଲେ ଶିକ୍ଷାର୍ଥୀ ଜୀବନରେ ସଫଳତା ପାଇବ
ଜମନକିରା : ଜମନକିରା ସଦର ମହକୁମା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ବିଂଶତିତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ମନୋଜ କୁମାର ପଣ୍ଡା ଅଧ୍ୟକ୍ଷ କୁଚିଣ୍ଡା ମହାବିଦ୍ୟାଳୟ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଜୟ କୁମାର ନାଏକ ସରପଞ୍ଚ ବଡରମା ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସାଲେକରାମ ପ୍ରଧାନ, ସମ୍ପାଦକ ନାରାୟଣ ସାହୁ ଯୋଗଦାନ କରିଥିଲେ। ଅତିଥିଗଣ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ଏହି ଶିଶୁ ବିଦ୍ୟାମନ୍ଦିରରେ ମୁଖ୍ୟତଃ ଭାରତୀୟ ସଂସ୍କୃତି ଓ ପରମ୍ପରା ଉପରେ ପାଠପଢ଼ା ହେଉଛି। ଶାରୀରିକ ଶିକ୍ଷା, ଯୋଗା ଶିକ୍ଷା, ଆଧ୍ୟାତ୍ମିକ ଶିକ୍ଷା ଏବଂ ସାଂସ୍କୃତିକ ଶିକ୍ଷା ଉପରେ ପର୍ଯ୍ୟବେସିତ ହୋଇଥାଏ। ପିଲା ମାନଙ୍କ ପାଠ ପଢାର ମାର୍କ କୁ ବେଶି ଗୁରୁତ୍ଵ ନଦେଇ ତାଙ୍କ ଲୁକ୍କାୟିତ ପ୍ରତିଭା କୁ ଅନୁଧ୍ୟାନ ପୂର୍ବକ କାର୍ଯ୍ୟ କଲେ ପ୍ରକୃତରେ ପିଲା ମାନେ ତାଙ୍କ ଭବିଷ୍ୟତ ଉଜ୍ଜଳ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁରଳୀ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟର ଛବିରାଣୀ ଗଡ଼ନାୟକ ଗୁରୁମା ବୌଦ୍ଧିକ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସସ୍ମିତା ବିଶ୍ଵାଳ ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ। ବାର୍ଷିକ ଉତ୍ସବ ଉପଲକ୍ଷେ ବିଦ୍ୟାଳୟରେ ହୋଇ ଥିବା ବିଭିନ୍ନ ପ୍ରତିଯୋଗିତା ପୁରସ୍କାର ଶିଶୁ ଭାଇ ଭଉଣୀ ଙ୍କୁ ପ୍ରଦାନ କରାଯାଇଥିଲା। ଶେଷରେ ଶ୍ରେଣୀ ଅରୁଣ ଶ୍ରେଣୀ ଠାରୁ ଶ୍ରେଣୀ ଅଷ୍ଟମ ପର୍ଯ୍ୟନ୍ତ ସମସ୍ତ ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ଵାରା ବହୁତ ସୁନ୍ଦର ଭାବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

