ରାସ୍ତା ଉପରେ ଛିଣ୍ଡିଲା ବିଦ୍ୟୁତ ତାର, ଅଳ୍ପକେ ବର୍ତିଲେ ଯାତ୍ରୀ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ପୁକୁଡା ଗ୍ରାମ ମୁଖ୍ୟ ରାସ୍ତା ଉପରେ ଆଜି ପ୍ରତ୍ୟୁଷରୁ ଗ୍ରାମର ସୁଶାନ୍ତ ସେଠ ଓ ସ୍ତ୍ରୀ ଆରତୀ ସେଠ ମର୍ଣ୍ଣିଙ୍ଗ ୱାକ କରୁଥିବା ସମୟରେ ମଝି ରାସ୍ତାରେ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିବା ଦେଖିବାକୁ ପାଇଥିଲେ। ଉକ୍ତ ତାର ରେ ବିଦ୍ୟୁତ ବିଚ୍ଛିନ୍ନ ହୋଇ ନଥିବାରୁ ସ୍ୱାମୀ ସ୍ତ୍ରୀ ଦୁହେଁ ରାସ୍ତାର ଉଭୟ ପାର୍ଶ୍ଵରେ ରହି ବାଇକ ଆରୋହୀ, ଯାତାୟାତ କରୁଥିବା ପଥଚାରୀ ଏବଂ ଏକ ଯାତ୍ରୀବାହି ବସ କୁ ମଧ୍ୟ ଅଟକାଇ ଯାତ୍ରୀଙ୍କୁ ସୁରକ୍ଷା ଦେଇଥିଲେ। ସେମାନଙ୍କ ଏଭଳି ପ୍ରୟାସ ଏକ ବଡ଼ ଧରଣ ରୁ ଦୁର୍ଘଟଣା ଏଡ଼ାଇ ଦେଇ ପାରିଥିଲେ। ପରେ ସ୍ଥାନୀୟ ଗ୍ରୀଡ଼ କୁ ଖବର ଦେବାରୁ ବିଦ୍ୟୁତ ସରାବରାହ ବନ୍ଦ କରି ତାର କୁ ରାସ୍ତା ରୁ ହଟା ଯାଇଥିଲା। ପରେ ଯାତ୍ରୀବାହି ବସ ଯାଇଥିଲା। ଗ୍ରାମବାସୀ ଙ୍କ କହିବା ଅନୁସାରେ ବିଦ୍ୟୁତ ତାର ଟି ଆଗରୁ ବିପଦ ପୂର୍ଣ୍ଣ ଅବସ୍ଥାରେ ଥିବା ନେଇ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ସୁଦ୍ଧା ପ୍ରତିକାର କରାଯାଇ ନଥିଲା। ଆଜି ଯଦି କୌଣସି ବଡ ଧରଣର ଅଘଟଣ ଘଟି ଥାଆନ୍ତା ତାହେଲେ ବିଭାଗୀୟ ଅଧିକାରୀ ଦାୟୀ ରହିଥାଆନ୍ତେ କି ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମର କେଦାର ରଣା ଓ ଦମିତା ନାୟକ।

