ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳିତ
ଜମନକିରା : ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ଓ ବାଳମତି ଦେହୁରୀ ନରସିଂ କଲେଜର ମିଳିତ ସହଯୋଗରେ ଆଦିବାସୀ ଭବନ ସଭା ଗୃହରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୨୪ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଶିଷ୍ଟ ସମାଜସେବୀ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଏବଂ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ନବ ବାବୁଙ୍କ ସାଧୁତା ଓ ଦେଶ ପ୍ରତି ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଉଭୟେ ନବ ବାବୁଙ୍କ ମୁଖ୍ୟ ମନ୍ତ୍ରିତ୍ଵ ବେଲେ ଅଣାଯାଇଥିବା ଓଡ଼ିଆ ଭାଷା ମାଧ୍ୟମରେ ରାଜ୍ୟ ଶାସନ ବ୍ୟାପକ ନିଶା ନିବାରଣ ଓ ଭୁସଂସ୍କାର କାର୍ଯ୍ୟକ୍ରମକୁ ନିଷ୍ଠାପର ଭାବରେ ପାଳନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କଲେଜର ଅଧ୍ୟାପକ ଓ କର୍ମଚାରୀ ଅଧ୍ୟାପିକା ସଲିନ ପଟେଲ, ତନୁଶ୍ରୀ ଶେଠ, ପଲ୍ଲବୀ ତଣ୍ଡିଆ, ଉମା କାନ୍ତ ଛତ୍ରିଆ, ସୁଜିତ୍ ବେହେରା ଓ ସିପ୍ରା କଉଡ଼ି ପ୍ରମୁଖ ଭାଷଣ ଦେଇ ନବ ବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ କଲେଜର ପୁରାତନ ଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥିରେ ପରିଷଦର ଉପସଭାପତି ରମେଶ ପ୍ରଧାନ ସଭାପତିତ୍ବ କରିଥିବା ବେଳେ ସୁଶ୍ରୀ ଆରତୀ ବାଦି ସଂଯୋଜନା କରିଥିଲେ। ଶେଷରେ ଡିଲେଶ୍ୱରି ମହାନନ୍ଦୀଆ ଧନ୍ୟବାଦ୍ ଅର୍ପଣ କରିଥିଲେ। ଶେଷରେ ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ।

