ଜମନକିରା ଥାନା ପକ୍ଷରୁ ଗାଡ଼ି ଯାଞ୍ଚ ଚାଲିଛି କଡ଼ାକଡି; ୨ ଟ୍ରାକ୍ଟର ୧୫ ବାଇକ୍ ଜବତ
ଜମନକିରା : ସରକାରଙ୍କ ସଡ଼କ ଓ ପରିବହନ ବିଭାଗ ନିର୍ଦ୍ଦେଶ ଅନୁସାରେ ସାରା ଓଡ଼ିଶାରେ ପୋଲିସ ପକ୍ଷରୁ କଡ଼ା କଡ଼ି ଯାଞ୍ଚ ଚାଲିଥିବା ବେଳେ ଅନୁରୂପ ଭାବେ ଜମନକିରା ଥାନା ପକ୍ଷରୁ ମଧ୍ୟ ଯାଞ୍ଚ ଚାଲିଛି। ଏହି ପରିପ୍ରେକ୍ଷୀରେ ଆଜି ପର୍ଯ୍ୟନ୍ତ ୨ ଟି ଟ୍ରାକ୍ଟର ଓ ୧୫ ଟି ବାଇକ୍ ଜବତ କରାଯାଇ ଥାନାରେ ରଖାଯାଇଛି। କୋର୍ଟ ରୁ ଅର୍ଡର ଆଣିଲା ପରେ ଗାଡ଼ି ଗୁଡ଼ିକ ମାଲିକ ମାନେ ନେଇ ପାରିବେ ବୋଲି ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।

