Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲପଙ୍ଗା ପୀଠ ର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ।

ସମ୍ବଲପୁର ଜିଲ୍ଲାର ସ୍ଥିତ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ଙ୍କ ଲପଙ୍ଗା ପୀଠ ଅନ୍ତର୍ଗତ ଲପଙ୍ଗା ପ୍ରଗଣା ର ଖିଣ୍ଡା ପାଳିର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି ।ସଭା ପ୍ରାରମ୍ଭ ରେ ପୂଜକ ହଳଧର ପ୍ରଧାନ ଙ୍କ ଶ୍ରୀ ଶ୍ରୀ ରଣେଶ୍ୱର ଦ୍ୱାରା ରାମଚଣ୍ଡୀ ଦେବୀ ଙ୍କ ପୂଜା କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇ ଥିଲା। ଏଥିରେ ଲପଙ୍ଗା ପୀଠ ର ପିଠାଧୀଶ ପ୍ରଦୀପ ସାହୁ ମୁଖ୍ୟ ଅତିଥି ,ପୀଠ ସଭାପତି ଲଳିତ କୁମାର ସାହୁ ସମ୍ମାନିତ ଅତିଥି, ଗଣ୍ଡଘୋରା ପ୍ରଗଣା ସଭାପତି ରୂପୀନ୍ଦ୍ର ବଢ଼େଇ, ଶେଖର ବିଶି. ସୁରେନ୍ଦ୍ର ପ୍ରଧାନ . ଅଶୋକ ସାହୁ ମଞ୍ଚାସୀନ ଥିଲେ। ବକ୍ତାମାନେ କୁଲତା ସମାଜ ରେ ଦେଖା ଦେଇ ଥିବା ଅପସଂସ୍କୃତି କୁ କିପରି ଦୂର କରାଯାଇ ଜାତିର ନୀତି ନିୟମ କୁ ସମାଜ ର ସମ୍ବିଧାନ ଅନୁସାରେ କଡା କଡ଼ି ପାଳନ କରାଯାଇ ପାରିବ ସେ ସଂକ୍ରାନ୍ତରେ ବକ୍ତବ୍ୟ ରଖିିଥିଲେ । ସମାଜର ଯୁବକ ଯୁବତୀ ମହିଳା ଙ୍କୁ ସମାଜର କାର୍ଯ୍ୟକ୍ରମ ରେ ସାମିଲ କରାଯାଇ ବିଭିନ୍ନ ସମୟ ରେ ସାମାଜିକ କର୍ମଶାଳା ମାନ ଆୟୋଜନ କରି ସାମାଜିକ ସଚେତନତା ବୃଦ୍ଧି କରି ଏହି ସବୁ ସାମାଜିକ ସମସ୍ୟା ଦୂର ହୋଇ ପାରିବ ବୋଲି ମତ ପ୍ରକାଶ ପାଇ ଥିଲା। ଏଥିରେ କୁଲତା ଲପଙ୍ଗା ପୀଠ ସମ୍ବିଧାନ ପ୍ରଣେତା ଅଶୋକ ସାହୁ. ପୀଠ କମିଟି ସଭ୍ୟ ଶେଖର ବିଶି, ସୁରେନ୍ଦ୍ର ପ୍ରଧାନ. ସମେତ ପୀଠ ସଭାପତି ଲଳିତ ସାହୁ ବକ୍ତବ୍ୟ ପ୍ରଦାନ କରି ଥିଲେ। ଏହି ଅବସରରେ ଅଶୋକ ସାହୁ ଙ୍କୁ ମାନ ପତ୍ର ତଥା ଉପଢୌକ ଦେଇ ପ୍ରଗଣା ଗୌରବ ସମ୍ମାନ ପ୍ରଦାନ କରାଯାଇ ଥିବା ବେଳେ ଛବିଳ ବିଶି. ରାଜେନ୍ଦ୍ର ସାହୁ ଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା. ଜଗଦୀଶ ସାହୁ ବାର୍ଷିକ ବିବରଣୀ ପାଠ କରି ଥିବା ବେଳେ ଲପଙ୍ଗା ପ୍ରଗଣା ସଭାପତି ଦୁର୍ଗାପ୍ରସାଦ ସାହୁ ଅତିଥି ପରିଚୟ ଦେବା ସହ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଖିଣ୍ଡାପାଲି କୁର ଚନ୍ଦ୍ର ଶେଖର ରାଉତ ଧନ୍ୟବାଦ ଅର୍ପଣ କରି ଥିଲେ। ଏହି ବାର୍ଷିକ ସଭା ରେ ଖିଣ୍ଡା ପାଲି ର ସମସ୍ତ ଜାତି ସମାଜଭେଦ ଭାବ ଭୁଲି ଉପସ୍ଥିତ ରହି ସାମାଜିକ ଏକତା ପ୍ରଦର୍ଶନ କରି ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ